କୃଷକ ମୋର୍ଚ୍ଚା ପକ୍ଷରୁ ଧନ୍ୟବାଦ ଅର୍ପଣ ସଭା
ବୁଗୁଡ଼ା,(ୱାଏନଏସ): ସହରର ସ୍ଥିତ ବିରଞ୍ଚିନାରାୟଣ କଲ୍ୟାଣ ମଣ୍ତପ ଠାରେ ବିଜେପି ଘୁମୁସର ଜିଲ୍ଲା କୃଷକ ମୋର୍ଚ୍ଚା ପକ୍ଷରୁ ମାନ୍ଯବର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝିଙ୍କୁ ଏକ ସଭା ମାଧ୍ୟମରେ ଧନ୍ଯବାଦ ଅର୍ପଣ ସହିତ ମା’ ପାଇଁ ଗଛଟିଏ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ନୂତନ ସରକାର ଆସିବା ପରେ ନିର୍ବାଚନ ସମୟରେ କୃଷକ ମାନଙ୍କ ପାଇଁ ଯେଉଁ ସବୁ ପ୍ରତିଶ୍ରୁତି ଦେଇଥିଲେ, ତାହା କେନ୍ଦ୍ର ଓ ରାଜ୍ୟ ସରକାର ପୁରଣ କରିଥିବା ଯୋଗୁଁ ଗଞ୍ଜାମ ଜିଲ୍ଲା କୃଷକ ମୋର୍ଚ୍ଚା ଘୁମୁସର ପକ୍ଷରୁ ଧନ୍ୟବାଦ ଦିଆଯାଇଛି। ଯାହାକି ଧାନ କୁଇଣ୍ଟାଲ ପିଛା ୩୧୦୦ ଟଙ୍କା ଓ ପୂର୍ବ ସରକାରଙ୍କ ସମୟରେ ହେଉଥିବା ଧାନ ବିକ୍ରୟରେ କାଟିନି,ଛଟିନି ବନ୍ଦ କରିବା ନିଷ୍ପତି ସ୍ୱାଗତ ଯୋଗ୍ଯ ହୋଇଥିବା ବେଳେ ପ୍ରଧାନମନ୍ତ୍ରୀ ଙ୍କ ନାରା ମା’ ପାଇଁ ଗଛ ଟିଏ ଲଗାଇବା ପାଇଁ ଉପସ୍ଥିତ ଜନସାଧାରଣ ଙ୍କୁ ଆସିଥିବା କୃଷକ ମୋର୍ଚ୍ଚା ସଦସ୍ୟ ମାନେ କହିଥିଲେ। ତତ୍ ସହିତ ସରକାରଙ୍କ ବିଭିନ୍ନ ଯୋଜନା ବିଷୟରେ ଲୋକଙ୍କୁ ଅବଗତ କରାଇ ତାହାର ଫାଇଦା ନେଇ ପାଇଁ ପରାମର୍ଶ ଦେଇଥିଲେ। ଏହା ସହିତ ଗତ ଦୁର୍ନୀତି ଭଷ୍ଟ୍ରଶାସନ ସରକାରଙ୍କ ଉପରେ ରାଜ୍ଯ ସ୍ତରିୟ କୃଷକ ମୋର୍ଚ୍ଚା ର ସଦସ୍ୟ ମାନେ ବର୍ଷି ଥିଲେ । କୃଷକ ମୋର୍ଚ୍ଚା ରାଜ୍ୟ ସଭାପତି ମହେଶ୍ୱର ସାହୁ, ଉପସଭାପତି ପୁନିତ ପ୍ରକାଶ ପୁହାଣ, ଓଡ଼ିଶା ଚଳଚ୍ଚିତ୍ର ଅଭିନେତା ଅଶ୍ରୁମୋଚନ ମହାପାତ୍ର,ରାଜ୍ୟ ସଂଯୋଜକ ସନ୍ତୋଷ ବିଶ୍ବାଳ, ମହିଳା ମୋର୍ଚ୍ଚା ରାଜ୍ୟ କାର୍ଯ୍ୟକାରିଣୀ ନାରୀନେତ୍ରୀ ଜୟନ୍ତୀ ପଢିଆରୀ, ରାଜ୍ୟ ପ୍ରବକ୍ତା ଲକ୍ଷ୍ମଣ ପାତ୍ର, ସମ୍ପାଦକ ସତ୍ୟନାରାୟଣ ପାତ୍ର,ନୟାଗଡ଼ ଜିଲ୍ଲା ସଭାପତି ଶ୍ରୀନିବାସ ପ୍ରଧାନ,ରାଜ୍ୟ ମିଡ଼ିଆ ସେଲ୍ ସଦସ୍ୟ ପ୍ରଦୀପ ସାହୁ, ଅବସରପ୍ରାପ୍ତ ବନ କର୍ମଚାରୀ ଗଙ୍ଗାଧର ବିଷୋୟୀ ମଞ୍ଚାସିନ ହୋଇଥିବା ବେଳେ ଅଞ୍ଚଳର ବହୁ କୃଷକ ଉପସ୍ଥିତ ଥିଲେ।