କୃଷକ ସଂଗଠନ ପକ୍ଷରୁ ଗଣଧାରଣା

ବାରିକପୁର,(ଓ୍ବାଇଏନ୍ଏସ୍): କେନ୍ଦ୍ର ସରକାର ତିନିଗୋଟି କୃଷକ ବିରୋଧି ଆଇନ ପ୍ରଣୟନ କରିଥିବା ଅଭିଯୋଗ କରି ଆଜି ଭଣ୍ଡାରିପୋଖରୀ ତହସିଲ ପ୍ରାଙ୍ଗଣରେ ଅଲ ଇଣ୍ଡିଆ କିଷାନ କ୍ଷେତ ମଜଦୂର ପକ୍ଷରୁ ଏକ ଗଣଧାରଣା ଅନୁଷ୍ଠିତ ହୋଇଥିଲା । ସଂଗଠନର ସମ୍ପାଦକ ପର୍ଶୁରାମ ଲେଙ୍କାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଗଣଧାରଣା ସଭାରେ ଆଜମଲ ହୁସେନ, ଉଦ୍ଧବ ଜେନା, ସଂଗଠନ ସଭାପତି ରାମଚନ୍ଦ୍ର ଶଙ୍ଖୁଆ, କୀର୍ତ୍ତନ ବିହାରୀ ମଲ୍ଲିକ, କୃଷକ ନେତା ଦିଗମ୍ବର ସ୍ୱାଇଁ ପ୍ରମୁଖ ଯୋଗଦେଇ କୃଷକ ବିରୋଧି ତିନି ଗୋଟି ଆଇନକୁ ତୁରନ୍ତ ପ୍ରତ୍ୟାହାର କରିବା ପାଇଁ ଦାବି କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଅନାମ ଚରଣ ସାମଲ, ବାସନ୍ତୀ ସ୍ୱାଇଁ, ପ୍ରସନ୍ନା ମିଶ୍ରଙ୍କ ସମେତ ଆଞ୍ଚଳିକ କୃଷକ ନେତା ମାନେ ଏଥିରେ ଉପସ୍ଥିତ ଥିଲେ । ଧାରଣା ସ୍ଥଳରେ ଉପରୋକ୍ତ ଆଇନକୁ ବିରୋଧ କରି ନକଲପତ୍ରକୁ ପୋଡା ଯାଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ