କୃଷକ ସଂଗଠନ ପକ୍ଷରୁ ବିଡିଓଙ୍କୁ ଦାବିପତ୍ର ପ୍ରଦାନ
ଭଣ୍ଡାରିପୋଖରୀ,(ଦୁର୍ଯ୍ୟୋଧନ ଲେଙ୍କା): ଭଣ୍ଡାରିପୋଖରୀ ବ୍ଲକ ଅଧିନ କୃଷିକ୍ଷେତ୍ର ଓ ଚାଷୀ ମାନଙ୍କ ବିଭିନ୍ନ ସମସ୍ୟାକୁ ନେଇ ନବନିର୍ମାଣ କୃଷକ ସଂଗଠନ ଆଜି ବିଡିଓଙ୍କୁ ଏକ ଦାବିପତ୍ର ପ୍ରଦାନ କରିଛି । ଧାନ, ମୁଗ, ବିରି ଶସ୍ୟର ଉଚିତ ବିକ୍ରୟ ସହିତ କୃଷି କ୍ଷେତ୍ରକୁ ନଷ୍ଟ କରୁଥିବା ଗୋରୁ, ଗାଈ, ଛେଳି, ମେଣ୍ଢା, ଷଣ୍ଢ ମାନଙ୍କ ପାଇଁ କାଞ୍ଜିଆହୁଦା ନିର୍ମାଣ କରିବା ସକାଶେ ଦାବିପତ୍ରରେ ଉଲ୍ଲେଖ କରାଯାଇଛି । ଏହାଛଡା ବନ୍ୟା କ୍ଷତିଗ୍ରସ୍ଥ ଚାଷୀମାନଙ୍କୁ ମାଗଣାରେ ବିହନ, ସାର ଓ କୀଟନାଶକ ଯୋଗାଇବାକୁ ସଂଗଠନ ଦାବି କରିଛି । ସଂଗଠନର ସଦସ୍ୟ ରବିନ୍ଦ୍ରନାଥ ପଣ୍ଡା, ବିବେକାନନ୍ଦ ଜେନା, ଦେବେନ୍ଦ୍ର ବାରିକ, ନାରାୟଣ ଜେନା, ହେମନ୍ତ କୁମାର ସାହୁ, ଉମେଶ ପାତ୍ର, କରୁଣାକର ପାତ୍ର, ସନ୍ତୋଷ କୁମାର ଦାସ, ବିଭୂପ୍ରଦାରବିନ୍ଦ ପାତ୍ର ପ୍ରମୁଖ ଏ ସମ୍ପର୍କିତ ଦାବିପତ୍ର ବିଡିଓଙ୍କୁ ପ୍ରଦାନ କରିଛନ୍ତି ।


