କୃଷକ ସଂଘର୍ଷ ସମନ୍ୱୟ ସମିତି ପକ୍ଷରୁ ପ୍ରତିବାଦ ସଭା, କୃଷି ଆଇନ ବିରୋଧରେ ଆନ୍ଦୋଳନ ପାଇଁ ଚେତାବନୀ
ଦିଗପହଣ୍ଡି,(ୱାଇଏନ୍ଏସ୍): ନିଖିଳ ଭାରତ କୃଷକ ସଂଘର୍ଷ ସମନ୍ୱୟ ସମିତି ର ଡାକରା କ୍ରମେ ଗୁରୁବାର ଦିଗପହଣ୍ଡି ବଜାର ଗାନ୍ଧିଛକ ଠାରେ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଯାଇଛି। ସିପିଆଇ ଗଞ୍ଜାମ ଜିଲା କମିଟି ସହ ସମ୍ପାଦକ ଅଳକ ନାଥ ମିଶ୍ର,ଗଞ୍ଜାମ ଜିଲା କଂଗ୍ରେସ କମିଟି ଉପସଭାପତି ପ୍ରଫୁଲ୍ଲ ପଣ୍ଡା,ସିପିଆଇ(ଏମ୍) କାର୍ଯ୍ୟକର୍ତ୍ତା କୁରେଶୁ ପଣ୍ଡା ଙ୍କ ମିଳିତ ସଭାପତିତ୍ବ ରେ ଆୟୋଜିତ ପ୍ରତିବାଦ ସଭାରେ ସିପିଆଇ(ଏମ୍) ଗଞ୍ଜାମ ଜିଲା କମିଟି ସମ୍ପାଦକ କୈଳାସ ଷଡଙ୍ଗୀ ଉଦବୋଧନ ଦେଇ କେନ୍ଦ୍ର ସରକାର ଙ୍କ ନୂତନ କୃଷକ – କୃଷି ବିରୋଧୀ ଆଇନ – ୨୦୨୦ ସମେତ ଜନବିରୋଧୀ ନୂତନ ବିଦ୍ୟୁତ୍ ବିଲ୍ – ୨୦୨୦ ଆଇନ ର ତୀବ୍ର ବିରୋଧ କରିଥିଲେ। ଶ୍ରମିକ ସଂଗଠନ ସି ଆଇ ଟି ୟୁ ର ଜିଲା କାର୍ଯ୍ୟକର୍ତ୍ତା ଅଶ୍ଵିନୀ କୁମାର ଦାସ ଙ୍କ ସମେତ ସଭାରେ ଉପସ୍ଥିତ ବିଭିନ୍ନ ରାଜନୈତିକ ଦଳର ନେତୃବୃନ୍ଦ ଉଦବୋଧନ ଦେଇ କେନ୍ଦ୍ର ସରକାରଙ୍କ କଳଙ୍କିତ କୃଷି ଆଇନ ପ୍ରତ୍ୟାହାର କରାନଗଲେ ଚାଷୀ ଆନ୍ଦୋଳନ ତୀବ୍ର କରାଯିବ ବୋଲି ଚେତାବନୀ ଦେଇଥିଲେ। ଦିଲ୍ଲୀ ରେ ଚାଲିଥିବା।ସର୍ବ ଭାରତୀୟ କୃଷକ ଆନ୍ଦୋଳନ କୁ ସଂହତି ଜଣାଇ ଆୟୋଜିତ ଏହି ପ୍ରତିବାଦ ସଭାରେ କଂଗ୍ରେସ କାର୍ଯ୍ୟ କର୍ତ୍ତା ବିକାଶ ପଶୁପାଳକ, ଏମ୍. ତ୍ରିନାଥ, କେ. କୁନା, ଏମ୍. ବାଇନାଥ, ନୀଳକଣ୍ଠ ପଟ୍ଟନାୟକ, ଗୌର ଚନ୍ଦ୍ର ପୂଜାରୀ, ପି. ନୀଳ ମାଧବ, ୱାଇ . ରବି କୁମାର, ସିପିଆଇ (ଏମ୍) କାର୍ଯ୍ୟକର୍ତ୍ତା ଅଶ୍ଵିନୀ କୁମାର ଦାସ, ପି. ଶିବ ଶଙ୍କର, ଭି. ସୁଦର୍ଶନ ରାଜୁ, ଉପେନ୍ଦ୍ର ବେହେରା, ଉଜ୍ୱଳ ସାହୁ, ରାମ ସେଠୀ, ଏ. ଘନ, କୈଳାଶ ମହାରଣା, ସିପିଆଇ ଦିଗପହଣ୍ଡି ଶାଖା ସମ୍ପାଦକ ତପନ କୁମାର ମିଶ୍ର, ସମୀର ଚନ୍ଦ୍ର ମିଶ୍ର ପ୍ରମୁଖ ବହୁ ସଂଖ୍ୟକ ଦଳୀୟ କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ।