କୃଷକ ସଚେତନତା ରଥ ଶୁଭାରମ୍ଭ
ହିଞ୍ଜିଳିକାଟୁ, (ଶେଷଦେବ ସାହୁ):କୃଷି ଓ କୃଷକର କଲ୍ୟାଣ ସାଧନା ସହ ଆର୍ଥୀକ ଅଭିବୃଦ୍ଧି ସକାଶେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ବହୁ ଉନ୍ନତିମୂଳକ ଯୋଜନାମାନ କାର୍ଯ୍ୟକାରୀ କରି ଆସୁଛନ୍ତି । କୃଷକ ଭାଇ ଓ ଭଉଣୀ ମାନେ ଏହି ସରକାରୀ ଯ୍ଧେକ୍ସନାରେ ସାମିଲ ହୋଇ ଯେଯପରି ଉପକୃତ ହୋଇପାରିବେ ସେଥିପାଇଁ କୃଷି ଓ କୃଷକ ସଶକ୍ତିକରଣ ବିଭାଗ, ଓଡିଶା ପକ୍ଷରୁ ପ୍ରାଧାନ୍ୟ ଦିଆଯାଇଛି । ତୃଣମୂଳ ସ୍ତରରେ ବିଭାଗ ପକ୍ଷରୁ ସଚେତନତା ଅଭିଯାନ ଆରମ୍ଭ କରାଯାଇଛି । ଏହି କ୍ରମରେ ଜିଲ୍ଲା ମୁଖ୍ୟ କୃଷି ଅଧିକାରୀଙ୍କ ଆନୁକୂଲ୍ୟରେ ହିଞ୍ଜିଳିକାଟୁ ବ୍ଳକରେ କୃଷକ ସଚେତନତା ରଥର ଶୁଭାରମ୍ଭ ଗୁରୁୁବାର ଅନୁଷ୍ଠିତ ହୋଇଯାଇଛି । ବ୍ଳକ କୃଷି ଅଧିକାରୀ ବାସୁଦେବ ଶତପଥୀଙ୍କ ତତ୍ତ୍ୱାବଧାନରେ ଆୟୋଜିତ କାର୍ଯ୍ୟକ୍ରମରେ ବିଡିଓ ସୁବ୍ରତ କୁମାର ଜେନା ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ସବୁଜ ପତକା ଦେଖାଇ ଆନୁଷ୍ଠାନିକ ଭାବେ ଶୁଭ ଉଦଗାଟନ କରିଥିଲେ । ଓଡିଶା ସରକାରଙ୍କ ନିର୍ଦ୍ଦେଶକ୍ରମେ ସବୁ ଚାଷୀ ଭାଇ ଓ ଭଉଣୀ ନିକଟସ୍ଥ ମୋ ସେବା କେନ୍ଦ୍ର କିମ୍ବା କୃଷକ ଓଡିଶା ପୋର୍ଟାଲରେ ପଞ୍ଜିକୃତ କରିବା ପାଇଁ ମୁଖ୍ୟ ଅତିଥି କହିଥିଲେ । ଆସନ୍ତା ଅକ୍ଟୋବର ଶେଷ ସୁଦ୍ଧା ସମସ୍ତ ଚାଷୀ ଭାଇ ଓ ଭଉଣୀ ସଚେତନ ହୋଇ ରାଜ୍ୟ ସରକାରଙ୍କ କୃଷିଭିତ୍ତିକ ସରକାରୀ ସୁବିଧା ସୁୁଯୋଗ ନେବା ପାଇଁ ବିଭାଗ ପକ୍ଷରୁ ଅନୁରୋଧ କରାଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ସହକାରୀ କୃଷି ଅଧିକାରୀ ଅମର ପ୍ରସାଦ ସାହୁ, ବିଘ୍ନରାଜ ସେଠି, ନଳନ୍ତିକା ପାତ୍ର, ସବିତା ସାହୁ, ରାଧାରାଣୀ ସୁବୁଦ୍ଧି, ମୁନିବାଇଙ୍କ ସମେତ ବିଭାଗୀୟ କର୍ମଚାରୀ ଉପସ୍ଥିତ ଥିଲେ ।


