କୃଷିବିଜ୍ଞାନ କେନ୍ଦ୍ର ପକ୍ଷରୁ ତାଲିମ ଶିବିର
କେନ୍ଦ୍ରାପଡ଼ା, (ଚିତ୍ତରଞ୍ଜନ ଦାସ):ଜଜାଙ୍ଗସ୍ଥିତ କେନ୍ଦ୍ରାପଡା କୃଷି ବିଜ୍ଞାନ କେନ୍ଦ୍ର ଏବଂ ସ୍ୱେଛାସେବୀ ଅନୁଷ୍ଠାନ ରାଇଡ୍ର ମିଳିତ ସହଯୋଗରେ ବାଲିଆ ଗ୍ରାମରେ କୃଷକ ଓ କୃଷିିଜୀବି ମହିଳାଙ୍କ ନିମନ୍ତେ ଏକ ତାଲିମ ଶିବିର ଅନୁଷ୍ଠିତ ହୋଇଯାଇଛି । ଏଥିରେ କୃଷି ବିଜ୍ଞାନ କେନ୍ଦ୍ରର ଉଦ୍ୟାନକୃଷି ବୈଜ୍ଞାନିକ ଡଃ. ପ୍ରଭଞ୍ଜନ ମିଶ୍ର ଯୋଗଦେଇ ଉଦ୍ୟାନ ଜାତୀୟ ଫସଲରେ ସୁକ୍ଷ୍ମ ଜଳସେଚନ ପ୍ରୟୋଗ ପଦ୍ଧତି ସମ୍ପର୍କରେ ତାଲିମ ପ୍ରଦାନ କରିଥିଲେ । ମତ୍ସ୍ୟ ବୈଜ୍ଞାନିକ ମାନସରଞ୍ଜନ ବେହେରା ମତ୍ସ୍ୟଚାଷୀଙ୍କ ପାଇଁ ଅଙ୍ଗୁଳିକା ଓ ବର୍ଷିକୀୟା ଯାଆଁଳ ଉତ୍ପାଦନ ସମ୍ବନ୍ଧରେ ଆଲୋଚନା କରିଥିଲେ । ଏହି ଅବସରରେ ଗ୍ରାମର ବିଦ୍ୟାଳୟ ପରିସରରେ ସ୍ୱଛ ଭାରତ ଅଭିଯାନରେ ସଫେଇ କରାଯାଇଥିଲା । ଏଥିସହିତ କୃଷି ବିଜ୍ଞାନ କେନ୍ଦ୍ରର କାର୍ଯ୍ୟକ୍ରମ ସହାୟକ ପ୍ରଭାତ କୁମାର ସାହୁ ନମୁନା ମାଟି ସଂଗ୍ରହ କରିଥିଲେ । ଏହି କାର୍ଯ୍ୟକ୍ରମରେ ରାଇଡ ସ୍ୱେଛାସେବୀ ସଂଗଠନର ସମ୍ପାଦକ କିଶୋର ଚନ୍ଦ୍ର ସାହୁ ସହଯୋଗ କରିଥିଲେ । ଚାଷୀ ବାସନ୍ତୀ ନାୟକ, ନିରଞ୍ଜନ ନାୟକ, ଜୀବନ କୁମାର ନାୟକ ପ୍ରମୁଖ ପ୍ରାୟ ୬୦ରୁ ଉର୍ଦ୍ଧ୍ୱ ଚାଷୀ ଏହି ତାଲିମ ଶିବିରରେ ଅଂଶଗ୍ରହଣ କରି ତାଲିମ ନେଇଥିଲେ ।


