କୃଷିଭିତ୍ତିକ ତ୍ରୟମାସିକ ପତ୍ରିକା ଶ୍ୟାମଳ ସୁବର୍ଣ୍ଣର ଶାରଦୀୟ ବିଶେଷାଙ୍କ ଲୋକାର୍ପିତ

କଟକ,(ଦୀପକ କୁମାର ବେଉରା): କୃଷିଭିତ୍ତିକ ତ୍ରୟମାସିକ ପତ୍ରିକା “ଶ୍ୟାମଳ ସୁବର୍ଣ୍ଣ” ଲୋକାର୍ପିତ ହୋଇ ସାରା ଓଡ଼ିଶାରେ ଖୁବ ପାଠକୀୟ ସ୍ୱୀକୃତି ଲାଭକରିଛି | ୨୦୧୮ ସାଲରୁ ପ୍ରକାଶିତ ଏହି ପତ୍ରିକା କୃଷକ ମାନଙ୍କ ନିମନ୍ତେ ଉପାଦେୟ ତଥ୍ୟ, ରୋଗପୋକ ସମସ୍ୟା ଏବଂ ଏହାର ସମାଧାନଉପରେ ଉପଯୁକ୍ତ ଗବେଷଣା, କୃଷକ ମାନଙ୍କୁନେଇ ଆଲୋଚନାଚକ୍ର,ବିଭିନ୍ନ କୃଷି ଗବେଷକ ମାନଙ୍କର ଉପାଦେୟ ସ୍ତମ୍ବ ପ୍ରକାଶିତ ହୋଇ କୃଷି ଆନ୍ଦୋଳନକୁ ଦ୍ୱିଗୁଣି କରିଛି ! ପତ୍ରିକାର ମୁଖ୍ୟ ସମ୍ପାଦକ ସ୍ତମ୍ଭକାର ଡି. ଶୁଭମ ଶ୍ୟାମଳ ସୁବର୍ଣ୍ଣ ପତ୍ରିକା ଜରିଆରେ ଓଡ଼ିଶାର କୃଷି, କୃଷକ ମାନଙ୍କୁ ଉପଯୁକ୍ତ ସୁବିଧା ସୁଯୋଗ, ଶିକ୍ଷା, ସରକାରୀ ଯୋଜନା, ଗବେଷଣା, ଆଧୁନିକ ପର୍ଯ୍ୟାୟରେ କୃଷିକାର୍ଯ୍ୟକୁ ଆମ ରାଜ୍ୟରେ ଅଧିକ ତ୍ୱରାନ୍ୱିତ କରିହେବା ସହ ଚାଷୀର ମାନଦଣ୍ଡକୁ ବଢାଇହେବାକୁ ଆଶା ବାନ୍ଧିଛନ୍ତି |

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ