କୃଷିରଥକୁ ବଡମାଧପୁରରେ ବିପୁଳ ସ୍ୱାଗତ

ଛତ୍ରପୁର, (ଦେବଦତ୍ତ ମହାରଣା):ରାଜ୍ୟ ସରକାର ଚାଷୀଙ୍କ ନିକଟକୁ ଅର୍ଥାତ ଗ୍ରାମକୁ ଯାଇ ବିଭିନ୍ନ କୃଷି ସମ୍ବନ୍ଧୀୟ ଯୋଜନା ଓ ତାହାକୁ କିପରି କାର୍ଯ୍ୟକାରୀ କରାଯିବ ତାହା ଉପରେ ଏଲଇଡି ଟିଭି ମାଧ୍ୟମରେ ଚାଷୀ ଭାଇଙ୍କୁ ପ୍ରଦର୍ଶନ କରାଯାଉଛି ଏହି କୃଷିରଥ ମାଧ୍ୟମରେ lଏହି ଅବସରରେ ଗୁରୁବାର ଛତ୍ରପୁର ବ୍ଲକର ବଡମାଧପୁର ପଂଚାୟତରେ ବଡମାଧପୁର ପଞ୍ଚାୟତର ଶତାଧିକ ଚାଷୀ, କୃଷକ ବିକାଶ ସାମ୍ମୁଖ୍ୟର କର୍ମକର୍ତ୍ତା, ସ୍ୱୟଂ ସହାୟକ ଗୋଷ୍ଠୀର ମା ମାନେ ଏବଂ ନିର୍ବାଚିତ ପଞ୍ଚାୟତ ପ୍ରତିନିଧିମାନେ ଉପସ୍ଥିତ ରହି କୃଷି ରଥକୁ ସ୍ୱାଗତ କରିଥିଲେ। ଏହି ରଥରେ କୃଷି ବିଭାଗର ସମସ୍ତ ଯୋଜନା ସମ୍ୱନ୍ଧରେ ଏଲଇଡି ଟିଭି ମାଧ୍ୟମରେ ଚାଷୀଭାଇଙ୍କୁ ଦେଖାଇବା ସହ ଛତ୍ରପୁର ବ୍ଲକ୍ ର ଜଣେ ସଫଳ ଚାଷୀ ଭାଇଙ୍କ ଚାଷ ପ୍ରଣାଳୀ ଓ କିପରି ରହିଥିଲା ତାଙ୍କରି ସଂଘର୍ଷର କାହାଣୀ ମଧ୍ୟ ପ୍ରଦର୍ଶନ କରାଯାଇଥିଲା। କୃଷି ରଥକୁ ଏଭଳି ସ୍ୱାଗତ କୈାଣସି ପଞ୍ଚାୟତରେ କରାଯାଇନାହିଁ ପ୍ରଥମ ଥର ଏଭଳି ସ୍ୱାଗତ କାର୍ଯ୍ୟକ୍ରମ ଦେଖୁଛୁ ବୋଲି କୃଷିରଥ ଦାୟିତ୍ଵରେ ଥିବା କର୍ମକର୍ତ୍ତାମାନେ କହିଥିଲେ। ଅନ୍ୟମାନଙ୍କ ମଧ୍ୟରେ କୃଷି ଅଧିଦର୍ଶକ ଦୁର୍ଗା ପ୍ରାସାଦ ପ୍ରଧାନ, ମିଥୁନ ସେଠୀ, ଭିଏଡାବ୍ଲୁ ନିହାରିକା ପଣ୍ଡା, ପୂର୍ବତନ ଜିଲ୍ଲାପରିଷଦ ସଭ୍ୟ ଏସ୍ କିଶୋର ଚନ୍ଦ୍ର ରେଡ୍ଡୀ, ମହେଶ୍ୱର ପ୍ରଧାନ, ଶିବ ଶଙ୍କର ସେଠୀ, କୃଷକ ବିକାଶ ସାମ୍ମୁଖ୍ୟର ସଭାପତି କେ ମୁରଲି ରେଡ୍ଡୀ, ସମ୍ପାଦକ ଆର୍ ସହଦେବ ରେଡ୍ଡୀ, କୋଷାଧ୍ୟକ୍ଷ ପ୍ରହଲ୍ଲାଦ ପ୍ରଧାନଙ୍କ ସମେତ ଅନ୍ୟମାନେ ଉପସ୍ଥିତ ଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ