କୃଷି ଅଧିକାରୀ ଓ କୃଷକ ସାଥୀଙ୍କ ଉପସ୍ଥିତିରେ ବ୍ରହ୍ମପୁର ଡାକମଣ୍ଡଳ ପକ୍ଷରୁ ରିଲିଫ୍ ବଣ୍ଟନ
ଛତ୍ରପୁର,(ଓ୍ବାଇଏନ୍ଏସ୍) : ବ୍ରହ୍ମପୁର ଡାକମଣ୍ଡଳ ପକ୍ଷରୁ ଛତ୍ରପୁର ସହକାରୀ ଡାକ ଅଧୀକ୍ଷକ କିରଣମାଳା ପଣ୍ଡାଙ୍କ ତତ୍ତ୍ୱାବଧାନରେ ଭିକାରିପଲ୍ଲୀ ପଞ୍ଚାୟତ ବଗଡପଲ୍ଲୀ ଗ୍ରାମର ଗରିବ ନିରାଶ୍ରୟ ପରିବାରଙ୍କୁ ଚୂଡା, ଚିନି,ବ୍ରେଡ୍., ବିସ୍କୁଟ, ସାବୁନ ପ୍ରଭୃତି ଅତ୍ୟାବଶ୍ୟକ ସାମଗ୍ରୀ ବଣ୍ଟନ କରାଯାଇଥିଲା । ପଞ୍ଚାୟତର କୃଷି ଅଧିକାରୀ ଦୁର୍ଗାପ୍ରସାଦ ପ୍ରଧାନ ଓ କୃଷକ ସାଥୀ ଦୁର୍ଯ୍ୟୋଧନ ପ୍ରଧାନଙ୍କ ସମେତ ଡାକବିଭାଗର ଦେବରାଜ ନାୟକ, ସୁବାସ ଭୂୟାଁ, ସୁବାସ ନାହାକ, ରବି ବାରିକ, ନଳନୀକାନ୍ତ କର ପ୍ରମୁଖ ଉପସ୍ଥିତ ଥିଲେ । ଶେଷରେ ବ୍ରହ୍ମପୁର ଡାକମଣ୍ଡଳ ବିଜିନେସ୍ ଏକଜ୍ୟୁଟିଭ ଗୌରହରୀ ପଣ୍ଡା ଗ୍ରାମବାସୀ ଓ କୃଷି ଅଧିକାରୀଙ୍କୁ କୃତଜ୍ଞତା ଜଣାଇବା ସହ କରୋନାକୁ ହରାଇବାକୁ ହେଲେ ସାମାଜିକ ଦୂରତ୍ୱ ରକ୍ଷା କରି କିଛିଦିନ ଚଳିବାକୁ ଗ୍ରାମବାସୀଙ୍କୁ ନିବେଦନ କରିଥିଲେ ।


