କୃଷି ଆଇନକୁ ବିରୋଧ କଲା ନଗର କଂଗ୍ରେସ ଓ ବାମ ଦଳ

କଟକ,(ଦୀପକ୍ କୁମାର ବେଉରା): ଦିନକୁ ଦିନ କୃଷି ଆଇନ କୁ ଭାରତ ବର୍ଷରେ ବିରୋଧ ହେବାରେ ଲାଗିଛି । ସେହି ପରିପ୍ରେକ୍ଷୀରେ ମୋଦି ସରକାରଙ୍କ କୃଷି ବିଲ କୁ ପ୍ରତ୍ୟାହାର ଦାବିକରି କଟକ ନଗର କଂଗ୍ରେସ ପକ୍ଷରୁ ଧର୍ମଘଟ ଓ ଆମରଣ ଅନଶନ କଟକ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖ କରାଯାଇଥିଲା। କଟକ ନଗର କଂଗ୍ରେସ ସଭାନେତ୍ରୀ ଗିରିବାଳା ବେହେରାଙ୍କ ନେତୃତ୍ୱରେ ଶତାଧିକ କଂଗ୍ରେସ କର୍ମୀ ମାନେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ଅନଶନ କରିଥିଲେ । ତୁରନ୍ତ ବିଲ ଯଦି କେନ୍ଦ୍ର ସରକାର ପ୍ରତ୍ୟାହୃତ ନକରନ୍ତି ତେବେ ଆଗାମୀ ଦିନରେ ପରିସ୍ଥିତି ଭୟାବହ ହେବ ବୋଲି ଚେତାବନୀ ଦେଇଛନ୍ତି। ଅନ୍ୟପଟେ ସମାନ ଢଙ୍ଗରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିଛନ୍ତି ଏସ ୟୁ ଏସ ଆଇ, ସିପିଆଇ , ସି ଆଇ ଟି ୟୁ , ଏ ଆଇ ଟି ୟୁ ସି ଭଳି ୧୪ ଟି ବାମ ଦଳର କର୍ମକର୍ତ୍ତା ମାନେ। ଏମାନେ ଚାଷୀ ବିରୋଧୀ କୃଷି ଆଇନ , ଜନବିରୋଧି ବିଦ୍ୟୁତ ବିଲ ରଦ୍ଦ କରିବା ଦାବି କରିଛନ୍ତି । ଏହା ସହ ଆନ୍ଦୋଳନ କରୁଥିବା କୃଷକ ନେତା ମାନଙ୍କର ଉପରୁ ମିଥ୍ୟା ମକଦ୍ଦମା ପ୍ରତ୍ୟାହାର କରିବା ସହିତ କୃଷକଙ୍କ ଉପରେ ସରକାରଙ୍କ ଦମନ ଲୀଳା ବନ୍ଦ କରିବାକୁ ଚେତାବନୀ ଦେଇଛନ୍ତି । ଯଦି ଏମିତି ନକରାଯାଏ ତେବେ ଆଗାମୀ ଦିନରେ ରାଜରାସ୍ତାକୁ ସଂଗଠନ ଓଲ୍ହାଇବାକୁ ବାଧ୍ୟ ହେବ ବୋଲି ଚେତାବନୀ ଦେଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ