କୃଷି ଆଇନ ପ୍ରତ୍ୟାହାର ଓ ସହାୟକ ମୂଲ୍ୟ ଦାବିରେ କେନ୍ଦ୍ରାପଡାରେ ଟ୍ରାକ୍ଟର ପ୍ୟାରେଡ୍

କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ):କର୍ପୋରେଟ୍ ସପକ୍ଷବାଦୀ ତିନି କୃଷି ଆଇନର ପ୍ରତ୍ୟାହାର ଓ ଏମ୍‌.ଏସ୍‌.ପି ପାଇଁ ଆଇନ ଦାବିରେ ଦୀର୍ଘ ୨ ମାସ ଧରି ରାଜଧାନୀ ଦିଲ୍ଲୀର ଚତୁପାଶ୍ୱର୍ରେ ଚାଲିଥିବା ଐ୍ୟତିହାସିକ କୃଷକ ଆନ୍ଦୋଳନ କ୍ରମେ ଦେଶର ପୁରପଲ୍ଲୀକୁ ବ୍ୟାପିବାରେ ଲାଗିଛି । କେନ୍ଦ୍ର ସରକାର କୃଷକମାନଙ୍କର ଏହି ଦୁଇଟି ମୁଖ୍ୟ ଦାବି ଏ ପର୍ଯ୍ୟନ୍ତ ଏଡାଇ ଆସୁଥିବା କାରଣରୁ ଆଜି ଜନରାଜ୍ୟ ଦିବସ ଅବସରରେ ଦିଲ୍ଲୀରେ ଆନ୍ଦୋଳନରତ କୃଷକମାନେ ବିଶାଳ ଟ୍ରାକ୍ଟର ପ୍ୟାରେଡର ଆୟୋଜନ କରୁଥିବାରୁ ସେମାନଙ୍କର ଏହି ଆନ୍ଦୋଳନକୁ ସମର୍ଥନ କରି ଅଖିଳ ଭାରତ କୃଷକ ସଂଘର୍ଷ ସମନ୍ୱୟ ସମିତି ଓ ସଂଯୁକ୍ତ କିଷାନ ମୋର୍ଚ୍ଚା କେନ୍ଦ୍ରାପଡା ଜିଲ୍ଲା ପକ୍ଷରୁ ଜିଲ୍ଲା ସଦର ମହକୁମାରେ ଟ୍ରାକ୍ଟର ପ୍ୟାରେଡ୍ ଅନୁଷ୍ଠିତ ହୋଇଯାଇଛି । ସହରର ପୁରୁଣା ବସଷ୍ଟାଣ୍ଡରେ ଥିବା ଗାନ୍ଧିଜୀଙ୍କ ପ୍ରତିମୂର୍ତ୍ତିରେ କୃଷକନେତାମାନେ ମାଲ୍ୟାର୍ପଣ କରିବାପରେ ଶତାଧିକ କୃଷକ ଏବଂ ସୁଶୋଭିତ ଟ୍ରାକ୍ଟର ଏବଂ ବାଇକ୍ ଶୋଭାଯାତ୍ରାରେ ସହର ପରିକ୍ରମା କରି କେନ୍ଦ୍ର ସରକାରଙ୍କ କଳା କୃଷି ଆଇନ ଓ ଜନବିରୋଧୀ, କର୍ପୋରେଟ୍ ସପକ୍ଷବାଦୀ ନୀତି ବିରୋଧରେ ନାରାବାଜି କରିଥିଲେ ।ଏହି ଆନ୍ଦୋଳନକୁ ଅଖିଳ ଭାରତ କୃଷକ ସଭା ପକ୍ଷରୁ ରମଣୀ ରଂଜନ ରାଉତରାୟ, ଆଦିକନ୍ଦ ରାଉଳ, ଓଡିଶା କୃଷକ ସଭା ସଭାପତି ଉମେଶ ସିଂ, ସମ୍ପାଦକ ଗୟାଧର ଧଳ, କିଷାନ କଂଗ୍ରେସ ପକ୍ଷରୁ ମୁକ୍ତାର ଖାଁ, ମହେନ୍ଦ୍ର ପରିଡା, ନବନିର୍ମାଣ କୃଷକ ସଂଗଠନ ପକ୍ଷରୁ ଅକ୍ରୁର ପଲାଇ, ଦାଶରଥି ସାହୁ, ଅଖିଳ ଭାରତ କୃଷକ ମହାସଂଘ ପକ୍ଷରୁ ବସନ୍ତ ମଲିକ, ବାବୁଲି ଲେଙ୍କା ପ୍ରମୁଖ ନେତୃତ୍ୱ ଦେଇଥିବା ପୂର୍ବତନ ମନ୍ତ୍ରୀ ଗଣେଶ୍ୱର ବେହେରା, ଅଧ୍ୟାପକ ଅଜୟ ସାମଲ, ଏ.ଆଇ.ଟି.ୟୁଜି ଜିଲ୍ଲା ସଭାପତି ବାବାଜୀ ଧଳ, ସି.ଆଇ.ଟି.ୟୁ ସଭାପତି ଜଗଜ୍ଜୀବନ ଦାଶ, ଧରଣୀଧର ସୁଆର, ଚାଷୀ ମୂଲିଆ ସଂଘ ସମ୍ପାଦକ ବିଧୁଭୂଷଣ ମହାପାତ୍ର, ବିକାଶ ଚନ୍ଦ୍ର ବେଉରା, ସୁବାସିନୀ ଭଦ୍ର, ବାବାଜୀ ପରିଡା, ସୋହାନା ବେଗମ, ଦଳିତ ନେତା ନଗେନ୍ଦ୍ର ଜେନା, ଅମୀୟ ନାୟକ, ସର୍ବେଶ୍ୱର ସେଠୀ, ଅମରେନ୍ଦ୍ର ଦାସ, ସମ୍ଭିତ୍ ଶ୍ରୀଚନ୍ଦନ, କମଳାକାନ୍ତ ବେହେରା, ନିରଞ୍ଜନ ସାହୁ, ମୀର ମୁର୍ଶିଦ ପ୍ରମୁଖ ପରିଚାଳନା କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ