କୃଷି ଆଇନ ରଦ୍ଦ ଦାବିରେ ରାଜପଥ ବନ୍ଦ

ଭଣ୍ଡାରିପୋଖରୀ, (ଦୁର୍ଯ୍ୟୋଧନ ଲେଙ୍କା): ତିନିଗୋଟି କୃଷି ଆଇନ ରଦ୍ଦ ଦାବିରେ ଅଲ ଇଣ୍ଡିଆ କ୍ଷେତ ମଜଦୂର ସଂଘ ପକ୍ଷରୁ ଭାରତ ବନ୍ଦ ଡାକରା ଦିଆଯାଇଛି। ଏହି ପରିପ୍ରେକ୍ଷୀରେ ଭଣ୍ଡାରିପୋଖରୀ ବ୍ଲକ ଦେଇ ଯାଇଥିବା ୧୬ନଂ ଜାତୀୟ ରାଜପଥକୁ ବିଭିନ୍ନ କୃଷକ ସଙ୍ଗଠନ ପକ୍ଷରୁ ସଦସ୍ୟ ମାନେ ବନ୍ଦ କରିବା ଯୋଗୁ ବିଭିନ୍ନ ଯାନବାହନ ଚଳାଚଳ ବାଧାପ୍ରାପ୍ତ ହୋଇଥିଲା। ଏହାକୁ କଂଗ୍ରେସ ସମର୍ଥନ ଦେଇଥିଲା। ବ୍ଲକ କଂଗ୍ରେସ ସଭାପତି ରଜନୀକାନ୍ତ ଚନ୍ଦଙ୍କ ନେତୃତ୍ୱରେ ଯୁବନେତା ବିଜୟ ଶଙ୍କର ମହାନ୍ତି, ମନୋଜ ନାୟକ, ପ୍ରଶାନ୍ତ ସାହୁ ପ୍ରମୁଖ ଭାରତ ବନ୍ଦ ଆନ୍ଦୋଳନରେ ସାମିଲ ହୋଇଥିଲେ। ବ୍ଲକ ସମେତ ତହସିଲ ଓ ବିଭିନ୍ନ ବ୍ୟାଙ୍କ ଆଜି ବନ୍ଦ ରହିଥିବା ବେଳେ ଭଣ୍ଡାରିପୋଖରୀ ବଜାରର ପ୍ରାୟ ସମସ୍ତ ବ୍ୟବସାୟ ପ୍ରତିଷ୍ଠାନ ଖୋଲା ରହିଥିଲା। ରାଜପତରେ ସକାଳ ୮ଟା ଠାରୁ ଦିନ୨ଟା ଯାଏଁ ଯାନବାହନ ଚଳାଚଳ ବନ୍ଦ ଥିବା ଦେଖିବାକୁ ମିଳିଥିଲା। ଆନ୍ଦୋଳନରେ କୃଷକ ସଙ୍ଗଠନର ଦିଗମ୍ବର ସ୍ୱାଇଁ, ରାମଚନ୍ଦ୍ର ଶଙ୍ଖୁଆ, ପର୍ଶୁରାମ ଲେଙ୍କା, ସୁର୍ଯ୍ୟମଣି ଦ୍ବିବେଦୀ, ମଧୁସୂଦନ ଓଝା, ପ୍ରଦୀପ ସାମଲ, ସୁରେନ୍ଦ୍ର ଦ୍ବିବେଦୀ, ରବୀନ୍ଦ୍ର ପଣ୍ଡା, ବିଜୟ ନାୟକ, ନିରାକାର ରାଉତ, ଦେବେନ୍ଦ୍ର ବାରିକ ପ୍ରମୁଖ ସାମିଲ ଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ