କୃଷି ଉଦ୍ୟୋମୀ କାର୍ଯ୍ୟକ୍ରମ ଉଦ୍ଘାଟିତ
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା): ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ୟୁନିଅନ ଗ୍ରାମ୍ୟ ଆତ୍ମନିଯୁକ୍ତି ପ୍ରଶିକ୍ଷଣ ଅନୁଷ୍ଠାନରେ କୃଷି ଉଦ୍ୟୋମୀ ତାଲିମ କାର୍ଯ୍ୟକ୍ରମ ଉଦ୍ଘାଟିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ରାୟଗଡ ବ୍ଲକରୁ ୨୦ଜଣ ଚାଷୀ ତାଲିମ ନିମନ୍ତେ ଯୋଗ ଦେଇଥିବାବେଳେ ଆସନ୍ତା ୧୩ ଦିନ ଧରି ଉକ୍ତ ତାଲିମ କାର୍ଯ୍ୟକ୍ରମ ଚାଲୁରହିବ ବୋଲି ଜଣାପଡିଛି । ଏହି ଉଦ୍ଘାଟନୀ ସଭାରେ ଅନୁଷ୍ଠାନର ନିର୍ଦ୍ଦେଶକ ଅଚ୍ୟୁତାନନ୍ଦ ବ୍ରହ୍ମା ସଭାପତିତ୍ୱ କରିଥିବାବେଳେ ଆର୍.ଉଦୟଗିରି ସ୍ଥିତ କୃଷି ବିଜ୍ଞାନ କେନ୍ଦ୍ରର ବରିଷ୍ଠ ବୈଜ୍ଞାନିକ ସଂଗ୍ରାମ ପରମଗୁରୁ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପ୍ରଦୀପ ପ୍ରଜ୍ୱଳନ କରି ଉଦ୍ଘାଟନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ଅଗ୍ରଣୀ ବ୍ୟାଙ୍କର ପ୍ରବନ୍ଧକ କିଶୋର ଚନ୍ଦ୍ର ନାଇକ, କୃଷି ବିଜ୍ଞାନ କେନ୍ଦ୍ରର ବୈଜ୍ଞାନିକ ରଶ୍ମିତା ଟପ୍ପୋ, କରଡାସିଂ ସ୍ଥିତ ଗ୍ରାମ ବିକାଶ ସଂସ୍ଥାର ଏଲ୍.ଏନ୍. ପଣ୍ଡା ସମ୍ମାନିତ ଅତିଥିଭାବେ ଯୋଗଦେଇ କୃଷି ଉଦ୍ୟୋମୀ ତାଲିମଧାରୀ ମାନଙ୍କୁ କୃଷି ସମ୍ବନ୍ଧୀୟ ଟିପ୍ପଣୀ ଓ କିଭଳି ଭାବେ ତାଲିମ ପରେ ଆତ୍ମ ନିର୍ଭରଶୀଳ ହୋଇପାରିବେ ସେ ନେଇ ବିସ୍ତୃତ ବାବେ ବୁଝାଇଥିଲେ । ଏହା ସହ ସମସ୍ତ ତାଲିମାର୍ଥୀଙ୍କୁ ଭାରତ ସରକାରଙ୍କ ଜନ ଆନ୍ଦୋଳନ କାର୍ଯ୍ୟକ୍ରମ ଅନୁସାରେ କୋଭିଡ୍-୧୯ ପ୍ରତିଷେଧକ ନିମନ୍ତେ ଶପଥ ପାଠ କରାଇଥିଲେ । ସଭା କାର୍ଯ୍ୟକ୍ରମ ଶେଷରେ ଅନୁଷ୍ଠାନର ପ୍ରଧ୍ୟାପକ ଦୀଲ୍ଲୀପ କୁମାର ତନ୍ତି ଧନ୍ୟବାଦ ଅର୍ପଣ କରିଥିଲେ ।