କୃଷି ଋଣ ଛାଡ଼ କଲେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ
ମୁମ୍ବାଇ : ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଥାକରେ ମହାରାଷ୍ଟ୍ରରେ କୃଷି ଋଣ ଛାଡ଼ କରିଛନ୍ତି । ୨ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଚାଷୀଙ୍କ ଋଣ ଛାଡ଼ କରାଯାଇଛି। ତେବେ ବକେୟା ଋଣ ଦେୟ ସିଧା ବ୍ୟାଙ୍କରେ ଜମା କରାଯାଇ ପାରିବ ବୋଲି କହିଛନ୍ତି ଉଦ୍ଧବ । ସୂଚନା ଥାଉ କି ମହାରାଷ୍ଟ୍ର ନିର୍ବାଚନରେ ହାଇଭୋଲଟେଜ ଡ୍ରାମା ଦେଖିବାକୁ ମିଳିଥିଲା । ଅନେକ ଡ୍ରାମା ପରେ ଉଦ୍ଧବ ଥାକରେ ମୁଖ୍ୟମନ୍ତ୍ରୀ ହୋଇଛନ୍ତି । ନିର୍ବାଚନ ପୂର୍ବରୁ ଉଦ୍ଧବ ଘୋଷଣା କରିଥିଲେ ମୁଖ୍ୟମନ୍ତ୍ରୀ ହେବା ପରେ କୃଷି ଋଣ ଛାଡ କରିବେ ବୋଲି ।


