କୃଷି ଓ କୃଷକ ସଶକ୍ତିକରଣ ଉଦେଶ୍ୟରେ ବିହନ ବିଶୋଧନ କଯ୍ୟକ୍ରମ
ଭଣ୍ଡାରିପୋଖରୀ,(ଦୁର୍ଯ୍ୟୋଧନ ଲେଙ୍କା): କୃଷି ଓ କୃଷକ ସଶକ୍ତିକରଣ ଉଦେଶ୍ୟରେ ବିହନ ବିଶୋଧନ ପାଇଁ ଜୟନଗର କଣ୍ଟାବଣିଆ ଠାରେ ଏକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ସାମ୍ବାଦିକ ପ୍ରମୋଦ କୁମାର ସ୍ୱାଇଁଙ୍କ ସଂଯୋଜନାରେ ସ୍ଥାନୀୟ ଅଞ୍ଚଳରେ ବହୁ ଚାଷୀ ଉପସ୍ଥିତ ରହି କୃଷି ଵିଶ୍ଵଧନ ଶିକ୍ଷା ଲାଭ କରିଥିଲେ। ଏହି ସଭାରେ ସହକାରୀ କୃଷି ନିର୍ଦେଶକ (ଫସଲ ସୁରକ୍ଷା)ଭୁବନେଶ୍ୱର ନନ୍ଦିନୀ ଦଳେଇ,ସହକାରୀ କୃଷି ଅଧିକାରୀ ବାଣିଶ୍ରୀ ବେହେରା,କୃଷି ଜିଲ୍ଲା ଅଧିକାରୀ ରମେଶ ଚନ୍ଦ୍ର ରାୟ, ଗୁଷ୍ଟି କୃଷି ଅଧିକାରୀ ଧାମନଗର ଭାସ୍କର ଦାସ, ସହକାରୀ କୃଷି ଅଧିକାରିଣୀ ଶାନ୍ତିଲତା ବେହେରା,ରାଧାରମଣ ମହନ୍ତ,ଗ୍ରାମ କୃଷି କର୍ମଚାରୀ ମାନସ କୁମାର ବେହେରା ପ୍ରମୁଖ ଉପସ୍ଥିତ ରହି ଚାଷୀ ମାନକୁ ଶିକ୍ଷାବହନ କରିଥିଲେ।