କୃଷି ଓ କୃଷକ ସଶକ୍ତିକରଣ ବିଭାଗ ପକ୍ଷରୁ ଏକାଭିମୁଖୀ ବୈଠକ

ବୁଗୁଡ଼ା, (ଅନିଲ କୁମାର ମହାରଣା) :ବୁଗୁଡା,କୃଷି ଓ କୃଷକ ସଶକ୍ତିକରଣ ବିଭାଗ ପକ୍ଷରୁ କୃଷି ସୂଚନା ପରାମର୍ଶ କମିଟି ଓ କୃଷି ବୈଷୟିକ ଦଳ ଙ୍କ ଏକାଭିମୁଖୀ ବୈଠକ ଏପ୍ରିଲ ୬ ତାରିଖ ଦିନ କୃଷି କାର୍ଯ୍ୟାଳୟ ସଭାଗୃହରେ ଅନୁଷ୍ଠିତ ହୋଇଯାଇଛି। ବୁଗୁଡା ବ୍ଲକ ସହକାରୀ କୃଷି ଅଧିକାରୀ ନିହାର ରଞ୍ଜନ ପୃଷ୍ଟି ଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବୁଗୁଡା ବ୍ଲକ ଅଧ୍ୟକ୍ଷା କେ.ପ୍ରିୟଦର୍ଶନୀ ଆଚାରୀ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ବୁଗୁଡା କୃଷି ପରାମର୍ଶ କମିଟି ଅଧ୍ୟକ୍ଷ ମୁକୁନ୍ଦ ନାୟକ, ବ୍ଲକ ଅଧ୍ୟକ୍ଷା ଙ୍କ ପ୍ରତିନିଧି କେ.ନୀଳମାଧବ ଆଚାରୀ ଯୋଗ ଦେଇଥିଲେ। ଅତିଥି ବୃନ୍ଦ ରାଜ୍ୟ ସରକାର କୃଷକ ମାନଙ୍କ କଲ୍ୟାଣ ପାଇଁ ବିଭିନ୍ନ ଯୋଜନା ଓ ବିଭିନ୍ନ କାର୍ଯ୍ୟକ୍ରମ ଗ୍ରହଣ କରିଥିବା ବେଳେ ବିଭିନ୍ନ ଅଧିକାରୀ ମାନଙ୍କ ସହ ଆଲୋଚନା କରି ନିଜର ଆୟ ବୃଦ୍ଧି ପାଇଁ ପଦକ୍ଷେପ ଗ୍ରହଣ କରିବାକୁ କୃଷକ ମାନଙ୍କୁ ପରାମର୍ଶ ଦେଇଥିଲେ । ସହକାରୀ କୃଷି ଅଧିକାରିଣୀ ସ୍ୱାଗତିକ ପତି, ସହକାରୀ ପ୍ରାଣୀଧନ ଚିକିତ୍ସା ଅଧିକାରିଣୀ ଡାକ୍ତର ପିଙ୍କି ସାହୁ, ମୃତ୍ତିକା ସଂରକ୍ଷଣ ଅଧୀଦର୍ଶକ ଅଯୋଧ୍ୟା ପତି ରାମ ପ୍ରମୁଖ ନିଜ ନିଜ ବିଭାଗ ପକ୍ଷରୁ ସରକାର ଗ୍ରହଣ କରିଥିବା ଯୋଜନା ବିଷୟରେ ଉପସ୍ଥିତ କୃଷକମାନଙ୍କ ସମ୍ମୁଖରେ ପ୍ରାଞ୍ଜଳ ଭାବେ ପ୍ରକାଶ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ