କୃଷି କାର୍ଯ୍ୟାଳୟରୁ ଚୋରି ହୋଇଥିବା କମ୍ପ୍ୟୁଟର ଉଦ୍ଧାର।, ଦୁଇ କୋର୍ଟ ଚାଲାଣ
ରାଇରଙ୍ଗପୁର, (ଅକ୍ଷୟ ବିଶ୍ଶ୍ୱାଳ): ମୟୁରଭଞ୍ଜ ଜିଲ୍ଲା ବହଳଦା ଥାନା ଅନ୍ତର୍ଗତ କୃଷି କାର୍ଯ୍ୟାଳୟରୁ ଚୋରୀ ହୋଇଥିବା କମ୍ପ୍ୟୁଟର ସାମଗ୍ରୀ ବହଳଦା ପୋଲିସ୍ ଦ୍ବାରା ଉଦ୍ଧାର ହୋଇଥିବା ବେଳେ ଦୁଇ ଚୋରି ଅଭିଯୁକ୍ତ’ଙ୍କୁ ଆଜି କୋର୍ଟ ଚାଲାଣ କରାଯାଇଛି। ସୂଚନା ଅନୁସାରେ ନିମଡିହି ଧିରଜଲାଲ କଲେଜ ବିର୍ଷା ଛକ ନିକଟସ୍ଥ ବହଳଦା କୃଷି କାର୍ଯ୍ୟାଳୟରୁ ଗତ ୧୨’ ଅଗଷ୍ଟ ରାତିରେ ତାଲାଭାଙ୍ଗି ଦୁଇଟି କମ୍ପ୍ୟୁଟର ମୋନିଟର, ଗୋଟିଏ ସପିୟୁ, ଗୋଟିଏ ସ୍କେନର ସମେତ ଗୋଟିଏ ପ୍ରଜେକ୍ଟର ଚୋରି ହୋଇଥିଲା। ତେବେ ସେପ୍ଟେମ୍ବର ପହିଲା ଦିନ ବହଳଦା ବ୍ଲକ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟରୁ କମ୍ପୁଟର ସାମଗ୍ରୀ ଚୋରି ହୋଇଥିବା ବେଳେ ଉକ୍ତ ଘଟଣାର ତଦନ୍ତ ବେଳେ ବିଶେଷ ସୂତ୍ରରୁ ଖବର ପାଇ ବହଳଦା ଥାନା ପୋଲିସ୍ ଚଢଉ କରି କୃଷି କାର୍ଯ୍ୟାଳୟରୁ ଚୋରି ହୋଇଥିବା ଉକ୍ତ କମ୍ପ୍ୟୁଟର ସାମଗ୍ରୀ ଉଦ୍ଧାର କରି ଜବତ କରିଥିବାବେଳେ ଦୁଇ ଅଭିଯୁକ୍ତ’ଙ୍କୁ ଗିରୋଫ କରି କୋର୍ଟ ଚାଲାଣ କରିଛି ବହଳଦା ଥାନା ପୋଲିସ୍। ଗିରୋଫ ହୋଇ କୋର୍ଟ ଚାଲାଣ ହୋଇଥିବା ଦୁଇ ଅଭିଯୁକ୍ତ ସାନ ଡାଳିମା ଗ୍ରାମର ଜିଜାନନ୍ଦ ମିଶ୍ର(୨୦) ଏବଂ ରାଜୁ ପାତ୍ର(୩୨) ବୋଲି ଜଣା ପଡିଛି। ଏନେଇ ଥାନାରେ କେଶ୍ ନଂ ୭୬/୨୧’ ରେ ଏକ ମାମଲା ରୁଜୁ କରାଯାଇ ଘଟଣାର ଅଧିକ ତଦନ୍ତ ଚଲାଇଛି ବହଳଦା ଥାନା ପୋଲିସ୍। ଚଢଉ ବେଳେ ବହଳଦା ଥାନା ଅଧିକାରୀ ଇନିସ୍ପେକ୍ଟର ପଞ୍ଚାନନ ମହାନ୍ତି’ଙ୍କ ସହିତ ସବ୍ ଇନିସ୍ପେକ୍ଟର ସଦାନନ ନାୟକ ଓ ହଟନାଥ ନାୟକ’ଙ୍କ ସହିତ ବହଳଦା ଥାନା ପୋଲିସ୍ କର୍ମଚାରୀ ମାନେ ଉପସ୍ଥିତ ରହିଥିଲେ ।