କୃଷି, ଖାଦ୍ୟ ଓ ଉତ୍ପାଦନ ନିର୍ଦେଶକଙ୍କ ଗଞ୍ଜାମ ବ୍ଲକର ଅର୍କିଟ ଫୁଲଚାଷ ପରିଦର୍ଶନ
ଗଞ୍ଜାମ, (ବିନୋଦ ପଲାଇ):ଗଞ୍ଜାମ ବ୍ଲକ ଅନ୍ତର୍ଗତ ରାମଗଡ଼ ପଞ୍ଚାୟତର ଡାଳଖାଇ ସ୍ଥିତ ଅର୍କିଟ ଫୁଲ ଚାଷ ପରିଦର୍ଶନ କରିଛନ୍ତି ରାଜ୍ୟ କୃଷି , ଖାଦ୍ୟ ଓ ଉତ୍ପାଦନର ନିର୍ଦ୍ଦେଶକ ପ୍ରେମଚନ୍ଦ୍ର ଚୌଧିରି । ହରପାର୍ବତୀ ଓ ହରିଜନ ମସ୍ୟଜୀବୀ ମହିଳା ସ୍ୱଂୟ ସହାୟକ ସଙ୍ଘ ଦ୍ୱାରାପଚାଶ ଲକ୍ଷ ଟଙ୍କାର ବ୍ୟୟରେ ହୋଇଥିବା ଏହି ଫୁଲ ଚାଷ କୁ ଦେଖି ଖୁସିବ୍ୟକ୍ତ କରିଥିଲେ। ଏହିପରି ଆହୁରି ୨୦ଟି ମହିଳା ସ୍ୱଂୟ ସହାୟକ ଗୋଷ୍ଠୀକୁ ଚାଷ କରିବା ପାଇଁ ଅନୁଦାନ ଦେବା କହିଥିଲେ। ଏହି ପରିଦର୍ଶନ ସମୟରେ ବିଡ଼ିଓ ଜସ୍ମୀନ ପ୍ରଧାନ, ଡିପିଏମ ନବୀନ ସେନାପତି, ବିପିଏମ ଜଳନ୍ଧର ମହାରଣା ଓ ମହିଳା ସ୍ୱଂୟ ସହାୟକ ସଦସ୍ୟ ଉପସ୍ଥିତ ଥିଲେ।


