କୃଷି ବିଜ୍ଞାନ କେନ୍ଦ୍ର, ବାଲେଶ୍ୱର ପରିସରରେ “ବୃହତ୍ ବୃକ୍ଷରୋପଣ ଅଭିଯାନ ଏବଂ କୃଷକ ଗୋଷ୍ଠୀ” କାର୍ଯ୍ୟକ୍ରମ
ବାଲେଶ୍ୱର,(ଯୁଗାବ୍ଦ ନ୍ୟୁଜ୍) : କୃଷି ଏବଂ କୃଷକ କଲ୍ୟାଣ ମନ୍ତ୍ରାଳୟ, ଭାରତ ସରକାରଙ୍କ ତରଫରୁ ବାଲିଆପାଳ ସ୍ଥିତ କୃଷି ବିଜ୍ଞାନ କେନ୍ଦ୍ର, ବାଲେଶ୍ୱର ଓ ଇ‘କୋ’ର ମିଳିତ ଆନୁକୂଲ୍ୟରେ ଏକ “ବୃହତ୍ ବୃକ୍ଷରୋପଣ ଅଭିଯାନ ଏବଂ କୃଷକ ଗୋଷ୍ଠୀ” କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ୧୦୦୨ଜଣ ଚାଷୀ ଭାଇ ଓ ଭଉଣୀ ଅଂଶଗ୍ରହଣ କରିଥିଲେ । କେନ୍ଦ୍ରର ବରିଷ୍ଠ ବୈଜ୍ଞାନିକ ଓ ମୁଖ୍ୟ ଡଃ ସୁନୀଲ କୁମାର ମହାପାତ୍ର ଏହି କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ଉପରେ ବିଶଦ ଭାବେ ଆଲୋଚନା କରିଥିଲେ । ଇ‘କୋ, ବାଲେଶ୍ୱରରୁ ଆସିଥିବା ଉପ ପ୍ରବନ୍ଧକ ଶ୍ରୀ ଶେଷ ଦତ ସୋନୀ ଇ‘୍କୋ ଉତ୍ପାଦ ଓ ପରିବେଶ ସନ୍ତୁଳନ ସଂପର୍କରେ ଚାଷୀ ଭାଇଭଉଣୀମାନଙ୍କୁ ବୁଝାଇଥିଲେ । କୃଷି ବିଜ୍ଞାନ କେନ୍ଦ୍ରର ସମସ୍ତ ବୈଜ୍ଞାନିକ ବୃକ୍ଷରୋପଣ ଓ କୃଷିରେ ବିଭିନ୍ନ ସ୍ତରରେ ବୈଜ୍ଞାନିକ କୌଶଳର ଉପଯୋଗ ଉପରେ ଚାଷୀ ଭାଇମାନଙ୍କ ସହିତ ଭାବର ଆଦାନପ୍ରଦାନ କରିଥିଲେ । ପରେ କୃଷି ବିଜ୍ଞାନ କେନ୍ଦ୍ରର ବରିଷ୍ଠ ବୈଜ୍ଞାନିକ ଓ ମୁଖ୍ୟ ଏବଂ ବୈଜ୍ଞାନିକମାନେ ଚାଷୀମାନଙ୍କ ସହିତ ମିଶି ଚାରା ରୋପଣ କରିଥିଲେ । ଏଥି ସହିତ କୃଷି ବିଜ୍ଞାନ କେନ୍ଦ୍ର ତର‘ରୁ ୮୦୦ଟି ଚାରା ଯଥା ଶାଗୁଆନ, ନିମ୍ବ, ଆକାଶିଆ, ମାଲାବାର ନିମ୍ବ ଇତ୍ୟାଦି ଚାଷୀମାନଙ୍କୁ ପ୍ରଦାନ କରାଯାଇଥିଲା ଏବଂ ଏଗୁଡିକୁ ବୈଜ୍ଞାନିକ ପ୍ରଣାଳୀରେ ଲଗାଇବା ପାଇଁ ପରାମର୍ଶ ଦିଆଯାଇଥିଲା । ପରିଶେଷରେ କୃଷି ବିଜ୍ଞାନ କେନ୍ଦ୍ର ପରିସରରେ ଏକ କୃଷକ ଓ ବୈଜ୍ଞାନିକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମ ପରିଚାଳନାରେ କୃଷି ବିଜ୍ଞାନ କେନ୍ଦ୍ରର ସମସ୍ତ କର୍ମଚାରୀବୃନ୍ଦ ସହଯୋଗ କରିଥିଲେ ।


