କୃଷି ବିଭାଗର ସମୀକ୍ଷା ବୈଠକ ଅନୁଷ୍ଠିତ

ବାଲେଶ୍ୱର, (ସରୋଜ ପଣ୍ଡା):ଗୁରୁବାର ସକାଳ ୧୧ ଘଟିକା ସମୟରେ ବାଲେଶ୍ଵର ସର୍କିଟ ଗୃହରେ କୃଷି, ଉଦ୍ୟାନ କୃଷି, ମତ୍ସ୍ୟ ସମ୍ପଦ, ପ୍ରାଣୀ ସମ୍ପଦ ବିଭାଗର ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ବୈଠକରେ ସରକାରୀ ଉପମୁଖ୍ୟ ସଚେତକ ତଥା ବିଧାୟକ ରେମୁଣା ଶ୍ରୀ ଗୋବିନ୍ଦ ଚନ୍ଦ୍ର ଦାସ ବାଲେଶ୍ଵର ଜିଲ୍ଲାର ୧୨ ଗୋଟି ବ୍ଲକରୁ ଆସିଥିବା ଅଧିକୃତ ଅଧିକାରୀଙ୍କ ସହ ବିଭିନ୍ନ ବିଷୟରେ ଆଲୋଚନା କରିଥିଲେ । ଶ୍ରୀ ଦାସ ଜାତି ଧର୍ମ ବର୍ଣ୍ଣ ନିର୍ବିଶେଷରେ ଉଚିତ୍ ବ୍ୟକ୍ତିଙ୍କୁ ତଥା ସଂଗଠନକୁ ଚିହ୍ନଟ କରି ସରକାରୀ ଯୋଜନା ମାନ ଗ୍ରାମାଞ୍ଚଳରେ ପ୍ରତିଫଳିତ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ। ଏଥି ସହିତ ରାସାୟନିକ ସାରର ବ୍ୟବହାର କେମିତି କମିବ ଏବଂ ଜୈବିକ ସାର ବ୍ୟବହାର ସମ୍ପର୍କରେ ଚାଷୀଙ୍କୁ ପ୍ରଶିକ୍ଷଣ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ। ଉକ୍ତ ବୈଠକରେ କୃଷି ଏବଂ ମତ୍ସ୍ୟ ବିଭାଗ ବିଧାୟକ ପ୍ରତିନିଧି ସୁବୋଧ ଚନ୍ଦ୍ର ପଣ୍ଡା, ରେମୁଣା ବ୍ଲକ ପ୍ରତିନିଧି କାର୍ତ୍ତିକ ଚନ୍ଦ୍ର ଗିରି, ସଦର ବ୍ଲକ ପ୍ରତିନିଧି ଲମ୍ବୋଦର ପ୍ରଧାନ, ବିଧାୟକ ବ୍ୟକ୍ତିଗତ ସହାୟକ କୃଷ୍ଣ ଚନ୍ଦ୍ର ସାହା,ବିଦ୍ୟୁତ୍ ବିଭାଗ ପ୍ରତିନିଧି ଗଜେନ୍ଦ୍ର ସେଠୀ ପ୍ରମୁଖ ଉପସ୍ଥିତ ଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ