କୃଷି ବିଭାଗ ପକ୍ଷରୁ କ୍ଷେତ୍ରଦିବସ ପାଳିତ
ନିମାପଡ଼ା, (ସନ୍ତୋଷ ଦାସ):”ପୁରୀ ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ମନୋଜ ମହାନ୍ତି ଙ୍କ ନିର୍ଦ୍ଦେଶ କ୍ରମେ ଆଜି ଗୋପ ବ୍ଲକ ର ସିମିଳି ଠାରେ କୃଷି ବିଭାଗ ପକ୍ଷରୁ କ୍ଷେତ୍ରଦିବସ ପାଳିତ ହୋଇଯାଇଛି ।ଗୋପ ବ୍ଲକ କୃଷି ଅଧିକାରୀ ଜୟଲକ୍ଷ୍ମୀ ସାହୁ ଙ୍କ ତତ୍ବାବଧାନରେ ଆୟୋଜିତ ଏହି କ୍ଷେତ୍ରଦିବସ କାର୍ଯ୍ୟକ୍ରମରେ ଗୋପ ସହକାରୀ କୃଷି ଅଧିକାରୀ ଚନ୍ଦ୍ର ଶେଖର ଦାସ , କାକଟପୁର ସହକାରୀ କୃଷି ଅଧିକାରୀ ଅଙ୍କିତ କୁମାର ବେହେରା ,ଓଡ଼ିଶା କୃଷି ବିଶ୍ଵବିଦ୍ୟାଳୟ ରେ ଅଧ୍ୟୟନରତ ଛାତ୍ର ଛାତ୍ରୀ ,ବି ଟି ଏ ମ ଶ୍ରୀକାନ୍ତ ମହାରଣା, ଗ୍ରାମ୍ୟ କୃଷି କର୍ମଚାରୀ ନାରାୟଣ ମହାରଣା , ପ୍ରଭାତୀ ଦାସ ,ରଶ୍ମିତା ସୁବୁଦ୍ଧି ଙ୍କ ସମେତ କୃଷକ ସାଥୀ ଓ ଶତାଧିକ ମହିଳା ଓ ପୁରୁଷ ଚାଷୀ ଯୋଗ ଦେଇଥିଲେ। ସି ପି ଆର ଏଫ ଏମ (ବିରି) ଯୋଜନାରେ ବିରି ଓ ମୁଗ ଚାଷ କରିବାକୁ ଚାଷୀ ମାନଙ୍କୁ ଉତ୍ସାହିତ କରାଯିବା ସହିତ ବିଭିନ୍ନ ଫସଲ ରେ ରୋଗ ପୋକ ନିୟନ୍ତ୍ରଣ, କାଳିଆ ଓ କେନ୍ଦ୍ର ସରକାରଙ୍କ ପି ଏ ମ କିସାନ ଯୋଜନା ସମ୍ପର୍କରେ ସବିଶେଷ ଆଲୋଚନା କରିଥିଲେ। ଟ୍ରାଫା ଯୋଜନା ଓ ସରକାରୀ ରିହାତି ମୁଲ୍ୟରେ କୃଷି ଯନ୍ତ୍ରପାତି କିଣିବା ସମ୍ପର୍କରେ ଚାଷୀ ମାନଙ୍କୁ ସଚେତନ କରାଯାଇଥିଲା।


