କୃଷି ବିଲ୍‌କୁ ବିରୋଧ କରି ବ୍ଲକ କଂଗ୍ରେସର ବିକ୍ଷୋଭ ଓ ଧାରଣା

ବନ୍ତ, (ଚାନ୍ଦିନୀ ମହାନ୍ତି):କେନ୍ଦ୍ର ସରକାରଙ୍କ କଳା କୃଷି ବିଲ୍‌କୁ ବିରୋଧ କରି ବନ୍ତ ବ୍ଲକ କଂଗ୍ରେସ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ ସହ ବ୍ଲକ ସମ୍ମୁଖରେ ଧାରଣା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଭଣ୍ଡାରିପୋଖରୀ ନିର୍ବାଚନ ମଣ୍ଡଳୀ କଂଗ୍ରେସ ନେତା ସୁବ୍ରତ ଦାସଙ୍କ ନେତୃତ୍ୱରେ ଶତାଧିକ କୃଷକ ଓ କଂଗ୍ରେସ କର୍ମୀ ହାତରେ ବ୍ୟାନର ଓ ପତାକା ଧରି କେନ୍ଦ୍ର ସରକାରଙ୍କ କୃଷକ ମାରଣ ନୀତି ପ୍ରତିବାଦରେ ସ୍ଲୋଗାନ ଦେଇ କେନ୍ଦୁଆପଦା ଛକ ଠାରୁ ଏକ ଶୋଭାଯାତ୍ରାରେ ବାହାରି ବଜାର ପରିକ୍ରମା କରି ବ୍ଲକ ସମ୍ମୁଖରେ ପହଞ୍ଚବିକ୍ଷୋଭ ପ୍ରଦର୍ଶନ କରିବା ସହ ଧାରଣାରେ ବସିଥିଲେ । କୃଷକ ବିରୋଧୀ ଚାଷୀ ଉତ୍ପାଦନ ବାଣିଜ୍ୟ କାରବାର ଆଇନ ପ୍ରତ୍ୟାହାର କରିବା, କୃଷକ ଦର ପ୍ରତିଶୃତି ରାଜିନାମା ଓ କୃଷି ସେବା ଆଇନକୁ ବନ୍ଦ କରିବା, ଅତ୍ୟାବଶ୍ୟକ ସାମଗ୍ରୀ ଆଇନ ପ୍ରତ୍ୟାହାର କରିବା ଆଦି ବିଭିନ୍ନ ଦାବୀ ନେଇ ଏହି ଆନ୍ଦୋଳନ ହୋଇଥିଲା । ପରେ ବିଡିଓ ରେବେକା ବିଲୁଙ୍ଗ ଧାରଣା ସ୍ଥଳକୁ ଆସି ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଦିଆଯାଇଥିବା ସ୍ମାରକ ପତ୍ରକୁ ଗ୍ରହଣ କରିଥିଲେ । ପରେ ଯୁବ ଓ ଛାତ୍ର କଂଗ୍ରେସ କର୍ମୀଙ୍କ ଦ୍ୱାରା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ କୁଶପୁତ୍ତଳିକା ଦାହ କରାଯାଇଥିଲା । ଆଜିର ଏହି ଆନ୍ଦୋଳନରେ ଜିଲା କଂଗ୍ରେସ ସଭାପତି ଅଶୋକ କୁମାର ଦାଶ, ବ୍ଲକ କଂଗ୍ରେସ ସଭାପତି ରାଜ କିଶୋର ସ୍ୱାଇଁ, ଜୋନ୍ ସଭାପତି ନିରଂଜନ ମଲ୍ଲିକ, ଅନନ୍ତ ଦାସ, ପୂର୍ବତନ ବ୍ଲକ କଂଗ୍ରେସ ସଭାପତି ଲକ୍ଷ୍ମୀଧର ସାହୁ, ପୂର୍ବତନ ବ୍ଲକ ଅଧ୍ୟକ୍ଷ ହରମୋହନ ବେହେରା, ଜିଲା କୃଷକ ସେଲ୍ ସଭାପତି ନର ନାରାୟଣ ଜେନା, ଯୁବ ନେତା ଜ୍ୟୋତି ରଂଜନ ନାୟକ, ମାଳିରାମ ବେହୁରିଆ, ସେକ୍ ଅମିନ୍‌, ବିଷ୍ଣୁ ମୋହନ ପଣ୍ଡା, ପ୍ରିୟବ୍ରତ ନାୟକ, ମଧୁସୂଦନ ପଣ୍ଡା, ସୁରେନ୍ଦ୍ର ଜେନା, ଅଶୋକ ସାହୁ, ପ୍ରଦ୍ୟୁମ୍ନ ଦାସ, ଶରତ ସେଠୀ, ରାଜ କିଶୋର ପଣ୍ଡା, ପ୍ରଦୀପ୍ତ ନାୟକ, ବାବୁ ଦାସ, ସୁରେନ୍ଦ୍ର ବାଇ, ମନୋରଂଜନ ମହାପାତ୍ର, ହରିହର ଖିଲାର, ରବିନ୍ଦ୍ର ବାରିକ, ତ୍ରିଲୋଚନ ପରିଡାଙ୍କ ସମେତ ବହୁ କୃଷକ ଓ କଂଗ୍ରେସ କର୍ମୀ ଯୋଗ ଦେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ