କୃଷୀଙ୍କୁ ସଶକ୍ତ କରିବ କୃଷି ଆଇନ

ଭୁବନେଶ୍ୱର,(ୱାଇଏନ୍ଏସ୍): ରେଳ ମନ୍ତ୍ରୀ ପୀୟୁଷ ଗୋୟଲ କହିଛନ୍ତି ଯେ ନିକଟରେ ଗୃହୀତ ହୋଇଥିବା ତିନିଟି କୃଷି ଆଇନ ଦେଶର କୃଷକମାନଙ୍କୁ ସେମାନଙ୍କ ଉତ୍ପାଦ ବିକ୍ରୟ ସମ୍ବନ୍ଧରେ ଦଶନ୍ଧି ପୁରୁଣା ବନ୍ଧନରୁ ମୁକ୍ତ କରିଛି ଏବଂ ଏହା ଦେଶର କୃଷି କ୍ଷେତ୍ରର ଦ୍ରୁତ ଅଭିବୃଦ୍ଧି ପାଇଁ ପଥ ପରିଷ୍କାର କରିବ । ମୁମ୍ବାଇରେ ଏକ ସାମ୍ବାଦିକ ସମ୍ମିଳନୀକୁ ସମ୍ବୋଧିତ କରି ମନ୍ତ୍ରୀ କହିଛନ୍ତି ଯେ କୃଷକମାନଙ୍କୁ ସଶକ୍ତିକରଣ କରିବା ଏନଡିଏ ସରକାରଙ୍କ ପ୍ରାଥମିକତା ଅଟେ । ସେ କହିଛନ୍ତି, ଅକ୍ଟୋବର ମାସରେ ପ୍ରବଳ ବର୍ଷା ହେବାର ପୂର୍ବାନୁମାନ ହୋଇଥିବାରୁ ମୋଦୀ ସରକାର ପିଆଜ ରପ୍ତାନି ଉପରେ ପ୍ରତିବନ୍ଧକ ଲଗାଇବାକୁ ନିଷ୍ପତ୍ତି ନେଇଛନ୍ତି। ନୂତନ କୃଷି ଆଇନ କୃଷକମାନଙ୍କୁ ସୁରକ୍ଷା ପ୍ରଦାନ କରୁଥିବାବେଳେ ସେମାନଙ୍କୁ ବଜାର ମୂଲ୍ୟର ଲାଭ ପାଇବାକୁ ସ୍ୱାଧୀନତା ପ୍ରଦାନ କରୁଥିବା ଦର୍ଶାଇ କେନ୍ଦ୍ର ମନ୍ତ୍ରୀ ପୀୟୁଷ ଗୋୟଲ କହିଛନ୍ତି ଯେ ବର୍ତ୍ତମାନ କୃଷକମାନଙ୍କୁ ସେମାନଙ୍କ ଉତ୍ପାଦକୁ ସଠିକ୍ ବ୍ୟକ୍ତିଙ୍କୁ ସଠିକ୍ ସ୍ଥାନରେ, ସଠିକ୍ ସମୟରେ ଓ ସଠିକ୍ ମୂଲ୍ୟରେ ବିକ୍ରୟ କରିବାର ସୁଯୋଗ ଦେବ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ