କୃଷ୍ଣଚନ୍ଦ୍ରପୁର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ୩୩ତମ ବାର୍ଷିକ ଉତ୍ସବ
ବେତନଟୀ,(ଉଦିତ କୁମାର ପରିଡା) : ବେତନଟୀ ଥାନା ଅଧୀନ କୃଷ୍ଣଚନ୍ଦ୍ରପୁର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ୩୩ତମ ବାର୍ଷିକଉତ୍ସବ ବୁଧବାର ଅନୁଷ୍ଠିତ ହୋଇଯାଇଛି । ସ୍କୁଲ ଅଧ୍ୟକ୍ଷା ଡ. ମନ୍ଦାକିନୀ ସାହୁଙ୍କ ସଭାପତିତ୍ବରେ ଆୟୋଜିତ ବାର୍ଷିକଉତ୍ସବରେ ମୁଖ୍ୟଅତିଥି ଭାବେ ଓଡିଶା ସରକାରଙ୍କର ମାନ୍ୟବର ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ ଡ.କୃଷ୍ଣଚନ୍ଦ୍ର ମହାପାତ୍ର ଆନୁଷ୍ଠାନିକ ଭାବେ ଯୋଗଦାନ କରିଥିଲେ। ମୁଖ୍ୟବକ୍ତା ଭାବେ ଓଡିଶା ଉଚ୍ଚମାଧ୍ୟମିକ ଶିକ୍ଷାପରିଷଦର ଉତ୍ତରଓଡିଶା ଜୋନର ଡେପୁଟି ସେକ୍ରେଟାରୀ ଡ. ଜୟଦେବ ପ୍ରମାଣିକ, ସମ୍ମାନୀତ ଅତିଥି ଭାବେରେ ଉଚ୍ଚ ବିଦ୍ୟାଳୟର ପ୍ରତିଷ୍ଠାତା ସମ୍ପାଦକ ଶିକ୍ଷାବିତ ଯୋଗେନ୍ଦ୍ରନାଥ ମହାନ୍ତ ପ୍ରମୁଖ ଅତିଥିଗଣ ମଞ୍ଚାସୀନ ଥିଲେ । ଅଧ୍ୟାପକ ଶେଖାୱତ ଅଲ୍ଲୀଙ୍କ ମଞ୍ଚପରିଚାଳନାରେ ଆୟୋଜିତ କାର୍ଯ୍ୟକ୍ରମରେ ଅଧ୍ୟାପକ ଭୂପାଳଚନ୍ଦ୍ର ପ୍ରଧାନ ବାର୍ଷିକ ବିବରଣୀ ପାଠ କରିଥିଲେ । ବାପା,ମା’ ହିଁ ଜୀବନର ପ୍ରଥମଗୁରୁ, ବାପା, ମା’ଙ୍କୁ ସେବା ଏବଂ ଭକ୍ତି କରିବା ସହିତ ତାଙ୍କ ମାର୍ଗଦର୍ଶନରେ ବାଟ ଚାଲିବାକୁ ଛାତ୍ରଛାତ୍ରୀଙ୍କୁ ମୁଖ୍ୟଅତିଥି ଶ୍ରୀଯୁକ୍ତ ମହାପାତ୍ର ନିଜ ବକ୍ତବ୍ୟରେ ପରାମର୍ଶ ଦେଇଥିଲେ । ମୋବାଇଲର ମାତ୍ରାତ୍ଵିକ ବ୍ୟବହାରଠାରୁ ବିରତ ହେବାକୁ ପରାମର୍ଶ ଦେବା ସହିତ ନିଜକୁ ଜଣେ ଜଣେ ଦାୟୀତ୍ବବାନ ଏବଂ ଚରିତ୍ରବାନ ନାଗରିକ ଭାବେ ଗଢିତୋଳି ରାଷ୍ଟ୍ରସେବାରେ ନିୟୋଜିତ ହେବାକୁ ମାନ୍ୟବର ମନ୍ତ୍ରୀ ଡ. କୃଷ୍ଣଚନ୍ଦ୍ର ମହାପାତ୍ର ଛାତ୍ରଛାତ୍ରୀଙ୍କୁ ଆହ୍ଵାନ ଦେଇଥିଲେ । ଏହି ଅବସରରେ ବିଭିନ୍ନ କ୍ଷେତ୍ରରେ କୃତିତ୍ୱ ଅର୍ଜନ କରିଥିବା କୃତ୍ତି ତଥା ମେଧାବୀ ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରାଯାଇଥିଲା। ପରିଚାଳନାରେ ଆୟୋଜକ ଶିକ୍ଷାନୁଷ୍ଠାନର ପରିଚାଳନାରେ ଆୟୋଜକ ଶିକ୍ଷାନୁଷ୍ଠାନର ଅଧ୍ୟାପକ ଶ୍ରୀକାନ୍ତ ଦାସ, ଭରତଚନ୍ଦ୍ର ସି, ଅଭୟ କୁମାର ସେନାପତି, ସଞ୍ଜିତ କୁମାର ଦାସ, ଅଜିତ ବେହେରା, ଗଜେନ୍ଦ୍ରପ୍ରସାଦ ବେହେରା, ମନୋରଞ୍ଜନ ବେହେରା, ବସନ୍ତ ବାରିକ, ଉମାକାନ୍ତ ବେହେରା, ମନୋହର ବେହେରା, ପ୍ରକାଶଚନ୍ଦ୍ର ରାଜ, ଯାମିନୀକାନ୍ତ ଗିରି, ଭବାନୀଶଙ୍କର ମହାନ୍ତ, ତପସ୍ବିନୀ ଆଚାର୍ଯ୍ୟ, ଇନ୍ଦିରା ମହାନ୍ତ, ବୈଲୋଚନ ମହାନ୍ତ, ଲକ୍ଷ୍ମୀକାନ୍ତ ମହାନ୍ତ, ସାଇମନ ପିଟର, ବିନତା ମହାନ୍ତ, ମନମୋହନ ମହାନ୍ତ ପ୍ରମୁଖ ସମସ୍ତ ଅଧ୍ୟାପକ ଅଧ୍ୟାପିକା ଏବଂ ଅଣଶିକ୍ଷା କର୍ମଚାରୀ ପ୍ରମୁଖ ସକ୍ରିୟ ଦାୟୀତ୍ଵ ସମ୍ପାଦନ କରିଥିଲେ। ସଭାକାର୍ଯ୍ୟର ସଫଳ ସମାପନ ପରେ ଶେଷରେ ଅଧ୍ୟାପକ ଭୂବେନ୍ଦ୍ର କୁମାର ଦେ ସମସ୍ତେଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।


