କୃଷ୍ଣଚନ୍ଦ୍ର ଗଜପତିଙ୍କ ୧୨୮ତମ ଜୟନ୍ତୀ ସମାରୋହ ପାଳିତ

ପାରଳାଖେମୁଣ୍ଡି, (ତାରିଣୀ ପ୍ରଶାଦ ପଣ୍ଡା) – ଗଜପତି ଜିଲା ସଦର ମହକୁମା ପାରଳାଖେମୁଣ୍ଡି ଠାରେ ନବଉକ୍ରଳ ନିର୍ମାତା ଶ୍ରୀ କୃଷ୍ଣଚନ୍ଦ୍ର ଗଜପତିଙ୍କ ୧୨୮ତମ ଜୟନ୍ତୀ ସମାରୋହ ଜିଲାପ୍ରଶାସନ ପକ୍ଷରୁ ମାହାସମାରୋହରେ ପାଳିତ ହୋଇଯାଇଛି । ଏହି ଅବସରରେ ବଜାର ଛକ ସ୍ଥିତ ପାରଳା ମହାରାଜା ଶ୍ରୀ କୃଷ୍ଣଚନ୍ଦ୍ର ଗଜପତିଙ୍କ ପ୍ରତିମୂର୍ତ୍ତି ଉପରେ ଜିଲାପାଳ ଅନୁପମ ସାହା ଜିଲା ଉକ୍ରଳ ସମ୍ମିଳନୀର ପୂର୍ଣ୍ଣଚନ୍ଦ୍ର ମହାପାତ୍ରଙ୍କ ସମେତ ବହୁ ପ୍ରଶାସନିକ ଅଧିକାରୀ ଓ ବହୁ ମାଣ୍ୟଗଣ୍ୟ ବ୍ୟକ୍ତିଙ୍କ ସମେତ ପ୍ରମୁଖ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ । ପରେ ମହାରାଜାଙ୍କ ନାତୁଣୀ କଲ୍ୟାଣୀ ଗଜପତିଙ୍କ ସମେତ ସମସ୍ତେ ମହାରାଜାଙ୍କ ସମାଧି ପୀଠ ତଥା ସ୍ମୃତି ସୌଦଠାରେ ପୁଷ୍ପଦେଇ ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରିଥିଲେ । ଏହି ଅବସରରେ ସ୍ଥାନୀୟ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରର ଛାତ୍ରୀଛାତ୍ର ଏବଂ ଗୁରୁମା ଗୁରୁଜୀ ମାନଙ୍କ ଦ୍ୱାରା ଏକ ବିରାଟ ଶୋଭାଯାତ୍ରା ବାହାରି ସହର ପରିକ୍ରମା କରିଥିଲା । ପୂର୍ବାହ୍ନରେ ଛାତ୍ରୀଛାତ୍ରମାନଙ୍କ ଦ୍ୱାରା ଆୟୋଜିତ ଏକ ଶୋଭାରେ ପ୍ରଧାନ ଗୁରୁଜୀ ସରୋଜ କୁମାର ପଣ୍ଡାଙ୍କ ସଭାପତିତ୍ୱରେ ଜିଲାପାଳ ଶ୍ରୀ ସାହା ଯୋଗଦେଇ ପାରଳା ମହାରାଜାଙ୍କ ଜୀବନୀ, ଉକ୍ରଳ ସମ୍ମିଳନୀ ଓ କର୍ମମୟ ଜୀବନୀ ଉପରେ ଏକ ଟିପ୍ପଣୀ କହିଥିଲେ । ମୁଖ୍ୟବକ୍ତାଭାବେ ଯୋଗଦେଇ ପରାଧିନ ଓଡିଶାର ଖଣ୍ଡବିଖଣ୍ଡିତ ଓଡିଶାର ଭାଷା ଓ ଭାଷୀକୁ ଏକାଠୀକରଣ କରିବା ଦିଗରେ ସର୍ବୋପରି ଓଡିଆ ସାହିତ୍ୟକୁ ଦେଶଭକ୍ତ ତଥା ରୁଦ୍ଧିମନ୍ତ କରିବା କ୍ଷେତ୍ରରେ ଉନ୍ନତମୂଳକ କାର୍ଯ୍ୟ ଏବଂ ଏଥିନିମନ୍ତେ ବିଷଦ ଆଲୋଚନା କରାଯାଇଥିଲା । ଅନ୍ୟପକ୍ଷରେ ଭାଷାଭିତ୍ତିକ ସ୍ୱତନ୍ତ୍ର ଉକ୍ରଳ ପ୍ରଦେଶ ଗଠନରେ ମହାରାଜାଙ୍କ ଅବଦାନ ତଥା ବିଭିନ୍ନ ଦିଗ ଉପରେ ଆଲୋଚନା ହୋଇଥିଲା । ଅନ୍ୟମାନଙ୍କ ମଧ୍ୟରେ ଜିଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ରବିଚନ୍ଦ୍ର ନାୟକ, ମହନ୍ତ ମହାରାଜ ରାମାନନ୍ଦ ଦାସଜୀ ମହାରାଜ ମଞ୍ଚାସୀନ ରହି ମହାରାଜାଙ୍କ ବିଭିନ୍ନ କର୍ମମୟ ଜୀବନ କୃତୀତ୍ୱ ଏବଂ ଉନ୍ନତି ମୂଳକ କାର୍ଯ୍ୟ ଉପରେ ଆଲୋଚନା କରିଥିଲେ । ସମସ୍ତ କାର୍ଯ୍ୟକ୍ରମକୁ ପୌର ସଂସ୍ଥାର ନିର୍ବାହୀ ଅଧିକାରୀ ଅଶୋକ କୁମାର ରାଉତ, କନିଷ୍ଠ ଯନ୍ତ୍ରୀ ଡି.ଯୁଧିଷ୍ଟିର, ଯନ୍ତ୍ରୀ ମଧୂସ୍ମିତା ଦାସ, ପୌରଯନ୍ତ୍ରୀ ଡି.ଭେଙ୍କେଟେଶ୍ୱରମଣ, ଜିଲା କ୍ରୀଡା ଅଧିକାରୀ ପ୍ରଭାକର ତ୍ରିପାଠୀ, ପର୍ଯ୍ୟଟନ ଅଧିକାରୀ ଅମୀୟ କୁମାର ସେଠୀ ପ୍ରମୁଖ ଉପସ୍ଥିତଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ