କୃଷ୍ଣଚନ୍ଦ୍ର ପାଇକରା ବିଦ୍ୟାପୀଠରେ ପ୍ରତିଷ୍ଠାତାଙ୍କ ପ୍ରତିମୂର୍ତ୍ତି ଉନ୍ମୋଚନ

ପୋଲସରା, (ଅନିଲ କୁମାର ମହାରଣା):ଗଞ୍ଜାମ ଜିଲ୍ଲାର ପୋଲସରା ବ୍ଲକ ଅନ୍ତର୍ଗତ କଣଛାଇ କୃଷ୍ଣଚନ୍ଦ୍ର ପାଇକରା ବିଦ୍ୟାପୀଠର ପ୍ରତିଷ୍ଠାତା କୃଷ୍ଣଚନ୍ଦ୍ର ପାଇକରା ଙ୍କ ସମେତ ଚାରିଜଣଙ୍କ ପ୍ରତିମୂର୍ତ୍ତି ବିଦ୍ୟାଳୟ ପରିସରରେ ନଭେମ୍ବର ୨୪ ତାରିଖ ଦିନ ଉନ୍ମୋଚିତ ହୋଇଯାଇଛି। ଶିକ୍ଷାନୁଷ୍ଠାନ ପରିସରରେ ପ୍ରତିଷ୍ଠିତ ସ୍ବର୍ଗତ ଏ କୃଷ୍ଣଚନ୍ଦ୍ର ପାଇକରା ଦୋରା, ସ୍ବର୍ଗତ ଏ ତ୍ରିନାଥ ଦୋରା, ଏ ମାଣିକ ଦୋରା, ଏ ରମାମୁର୍ତ୍ତି ଦୋରା ଚାରିଜଣଙ୍କ ପ୍ରତିମୂର୍ତ୍ତିକୁ ପୋଲସରା ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ଶ୍ରୀକାନ୍ତ ସାହୁ ଉନ୍ମୋଚନ କରିଥିଲେ। ଏ କୃଷ୍ଣଚନ୍ଦ୍ର ଦୋରାଙ୍କୁ ରାଜତନ୍ତ୍ର ଶାସନ ସମୟରେ ରାଜାଙ୍କ ପକ୍ଷରୁ ପାଇକରା ଉପାଧି ମିଳିବା ପରେ ସେ ଏ କୃଷ୍ଣଚନ୍ଦ୍ର ପାଇକରା ଦୋରା ଭାବେ ପରିଚିତ ହୋଇଥିଲେ। ତାଙ୍କର ସୁଯୋଗ୍ୟ ଦୁଇ ପୁତ୍ର ଏ ତ୍ରିନାଥ ଦୋରା ଓ ଏ ରମାମୁର୍ତ୍ତି ଦୋରା ଏବଂ ବୋହୁ ଏ ମାଣିକ ଦୋରାଙ୍କ ପ୍ରଚେଷ୍ଟା ଓ ଭୂମି ଦାନ ଦେଇ ନିଜର ସ୍ବର୍ଗତ ପିତା ଏ କୃଷ୍ଣଚନ୍ଦ୍ର ପାଇକରା ଦୋରାଙ୍କ ନାମରେ କଣଛାଇ ଗ୍ରାମରେ କୃଷ୍ଣଚନ୍ଦ୍ର ପାଇକରା ବିଦ୍ୟାପୀଠ ସ୍ଥାପନ କରିଥିଲେ। ତାଙ୍କର ସ୍ମୃତିରେ ତାଙ୍କ ବଂଶଧର ଏ ଭେଙ୍କଟ ରାଓ ଦୋରା ଏହି ପ୍ରତିମୂର୍ତ୍ତି ସ୍ଥାପନ କରିଛନ୍ତି। ଏହି ମହାନ ଚାରି ବ୍ୟକ୍ତିଙ୍କ ମୂର୍ତ୍ତି ଉନ୍ମୋଚନ ଉତ୍ସବରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଅଶୋକ କୁମାର ପାଣିଗ୍ରାହୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବିଧାୟକ ଶ୍ରୀ ସାହୁ ଯୋଗଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ପୋଲସରା ବ୍ଲକ ବିଡ଼ିଓ ସୁରଞ୍ଜନ କୁମାର ସାହୁ, ସରପଞ୍ଚ ପାଣୁ ନାହାକ ଓ ସମିତି ସଭ୍ୟ ଟୁକୁନା ସାହୁ ଯୋଗଦେଇଥିଲେ। ସମସ୍ତ ଛାତ୍ରଛାତ୍ରୀ ଓ ଶିକ୍ଷକ ଶିକ୍ଷୟିତ୍ରୀ ବୃନ୍ଦ ଉପସ୍ଥିତ ଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ