କୃଷ୍ଣଛାଇ ଗ୍ରାମରେ ଓଷା କୋଠୀ ଯାତ୍ରା ଉଦଯାପିତ
ଶେରଗଡ଼, (ବିଭୁ ପ୍ରସାଦ ଦାସ):ଆଜି ଶେରଗଡ଼ ବ୍ଲକ ଅନ୍ତର୍ଗତ କୃଷ୍ନଛାଈ ଗ୍ରାମରେ ଓଷା କୋଠୀ ଯାତ୍ରା ମହାଆଡମ୍ବରରେ ପାଳିତ ହୋଇଯାଇଛି। ଗ୍ରାମର ସମସ୍ତ ଗ୍ରାମବାସୀ ଅତି ଆନନ୍ଦର ସହ ଏହି ଯାତ୍ରା ରେ ସାମିଲ ହୋଇ ଉଦଯାପନ କରିଥିଲେ। ପରିଚାଳକ ସୀମାଅଞ୍ଚଳ ଗୌଡ,ସେବକ ମାନେ ହେଲେ ପ୍ରକାଶ ପଣ୍ଡା, ନାରାୟଣ ଗୌଡ, ସୁରେଇ ବେହେରା ସୁବାସ ପ୍ରଧାନ, ଗଦାଧର ଗୌଡ, ବଳରାମ ପ୍ରଧାନ, ଶଙ୍କର ଗୌଡ, ବିପ୍ର ବେହେରା, ଉମାଞ୍ଚରଣ ଗୌଡ ଓ କୋଠୀ ଶାଳ ଗହlଣୀ ଉଦୟ ପ୍ରଧାନ,ସହଯୋଗୀ ଅନ୍ତଜlମି ଗୌଡ, ବୃନ୍ଦlବନ ବେହେରା, ବର୍ମା ଗୌଡ, କାଳିଆ ସାହୁ,ହରି ବେହେରା ଓ ସମସ୍ତ ଗ୍ରାମ ବାସୀଙ୍କ ସହଯୋଗରେ ଓଷାକୋଠୀ ଯାତ୍ରା ପାଳିଥାନ୍ତି lଗଞ୍ଜାମ ଜିଲ୍ଲାର ଏହି ଓଷା କୋଠୀଯାତ୍ରା ଏକ ପରମ୍ପରା। ଏହି ପରମ୍ପରା କୁ ବଜାୟ ରଖି ଗ୍ରାମର ଏକତା ଓ ଶାନ୍ତି ରଖିବା ମୂଳ ଲକ୍ଷ୍ୟ। ଏହି ଯାତ୍ରା ଦଶହରା ସମୟରେ ବାର ତିଥି ଗଣନା କରି ଏଗାର ଦିନ ଧରି ପାଳନ କରୁଛନ୍ତି ଗ୍ରାମ ବାସି l ଏଣୁ ଏହି ଯାତ୍ରା ରେ ବିଭିନ୍ନ ପ୍ରକାର ବେଶ ରେ ସଜାଇ ଗ୍ରାମରେ ଓଷା କୋଠୀ ଯାତ୍ରା ସଂପୂର୍ଣ କରନ୍ତି। ଗାହାଣି ମାଧ୍ୟମରେ ଲୋକମାନଙ୍କୁ ପୁରାଣ କହିଥାନ୍ତି। ଘଣ୍ଟ ଓ ମୃଦଙ୍ଗ ର ତାଳେ ତାଳେ ଆଜି କୃଷ୍ନଚ୍ଛାଇ ଗ୍ରାମରେ ଓଷା କୋଠୀ ଯାତ୍ରା ଉଦଯାପିତ ହୋଇଛି।