କୃଷ୍ଣ ଗୌଡ଼ ସ୍ମାରକୀ କ୍ରିକେଟ ଟୁର୍ନାମେଣ୍ଟ
ଗାଙ୍ଗପୁର,(ସନ୍ତୋଷ କୁମାର ବିଷୋଇ):ନୌସେନା ସୈନିକ ସ୍ବର୍ଗତ କୃଷ୍ଣ ଚନ୍ଦ୍ର ଗୌଡ଼ଙ୍କ ସ୍ମୃତିରେ ଏକଦିବସୀୟ କ୍ରିକେଟ ଟୁର୍ନାମେଣ୍ଟ ଷଢଙ୍ଗୀପଲ୍ଲୀ ସ୍ଥିତ ହାଇ ସ୍କୁଲ ପଡିଆରେ ଆୟୋଜିତ ହୋଇଯାଇଛି, ସ୍ଥାନୀୟ ଉତ୍ସାହି ଯୁବକ ଅମିତ, କିରଣ, ଚାହଲ, ବୁଲୁ, ସୁବୋଧ, ଦିପୁ, ହରି, ଅରୁଣ ମାନଙ୍କ ଦ୍ୱାରା ଆୟୋଜିତ ଏହି ଟୁର୍ନାମେଣ୍ଟକୁ ନେଟଙ୍ଗା ସରପଞ୍ଚ ପ୍ରତିନିଧି ଦେବେନ୍ଦ୍ର ଗୌଡ଼ ଅନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ ସମ୍ମାନିତ ଅତିଥି ଭାବେ ଜନପ୍ରତିନିଧି ବିଭୂପାଦ ଜେନା, ଦୁର୍ଗାମାଧବ ନାୟକ, ରାଜୀବ ଲୋଚନ ନାୟକ ପ୍ରେରଣା ଦାୟୀ ବକ୍ତା ସ୍ବସ୍ତି ସୁନ୍ଦର ସିଅ, ଗୋବରା ସରପଞ୍ଚ ପ୍ରତିନିଧି ନାରାୟଣ ନାୟକ ପ୍ରମୁଖ ଯୋଗଦାନ କରି ରାଷ୍ଟ୍ର ଗଠନରେ କ୍ରୀଡା ଏକ ପ୍ରମୁଖ ଭୂମିକା ଗ୍ରହଣ କରେ ଏବଂ ସବୁ ଖେଳାଳି ସକାରାତ୍ମକ ଦୃଷ୍ଟିଭଙ୍ଗୀରେ ଖେଳୁଆଡ଼ ମନୋବୃତି ନେଇ ଖେଳିବା ଆବଶ୍ୟକ ବୋଲି କହିଥିଲେ, ଟୁର୍ନାମେଣ୍ଟରେ ସମୁଦାୟ ୮ ଟି ଦଳ ଭଗନେଇଥିଲେ ଫାଇନାଲ ମ୍ୟାଚ ଖଇରପୁଟି ବନାମ ତନରଡ଼ା ମଧ୍ୟରେ ଖେଳା ଯାଇଥିଲା ବେଳେ ଖଇରପୁଟି ଦଳ ବିଜୟ ଲାଭ କରିଥିଲା l ମ୍ୟାନ ଅଫ ଦି ମ୍ୟାଚ ଓ ସିରିଜ ଉଭୟ ଖଇରପୁଟି ଦଳର ବିଶ୍ୱ ବାଜିମାତ କରିଥିଲେ ଶ୍ରେଷ୍ଠ ଵ୍ୟାଟର ଦଣ୍ଡ ଓ ଶ୍ରେଷ୍ଠ ବୋଲର ଜିତୁନ ବିବେଚନା ହୋଇଥିଲେ l କାର୍ଯ୍ୟକ୍ରମ ଶୃଙ୍ଖଳା ସହକାରେ ସମାପନ ହୋଇଥିବା ଯୋଗୁଁ ଆୟୋଜକ ମଣ୍ଡଳୀ ଅଞ୍ଚଳବାସୀଙ୍କୁ କୃତଜ୍ଞତା ଜ୍ଞାପନ କରିଛନ୍ତି l