କୃଷ୍ଣ ଭାଇଙ୍କ ମାର୍ଗଦର୍ଶନରେ ପାଇଥିବା ଶିକ୍ଷା, ସଂସ୍କାର ଏବଂ ବିଚାର ମୋ ପାଇଁ ଚିରସ୍ମରଣୀୟ : ଧର୍ମେନ୍ଦ୍ର ପ୍ରଧାନ

ଭୁବନେଶ୍ୱର,(‌ୱାଇଏନ୍‌ଏସ୍‌): କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଶୁକ୍ରବାର ଦିନ ଆରଏସଏସର ବରିଷ୍ଠ ପ୍ରଚାରକ କୁମାର କୃଷ୍ଣଚନ୍ଦ୍ର ରାୟଙ୍କ ଏକାଦଶାହ କାର୍ଯ୍ୟରେ ଯୋଗ ଦେଇଛନ୍ତି । ଏହା ପରେ ଏ ସମ୍ପର୍କରେ ସୋସିଆଲ ମିଡିଆରେ ଲେଖିଛନ୍ତି ଯେ – ଗୋପ ସ୍ଥିତ ବୟାଳିଶବାଟି ଠାରେ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ ବିଚାର ପରିବାରର ବରିଷ୍ଠ ପ୍ରଚାରକ, ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦର ପୂର୍ବତନ ପ୍ରଦେଶ ସଂଗଠନ ସମ୍ପାଦକ ସ୍ୱର୍ଗୀୟ କୃଷ୍ଣ ଭାଇ (କୁମାର କୃଷ୍ଣଚନ୍ଦ୍ର ରାୟ)ଙ୍କ ଏକାଦଶାହ କାର୍ଯ୍ୟରେ ଯୋଗଦେଇ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ସହ ଅମର ଆତ୍ମାର ସଦଗତି କାମନା କଲି । ସ୍ୱର୍ଗୀୟ କୃଷ୍ଣ ଭାଇଙ୍କ ପ୍ରତ୍ୟକ୍ଷ ମାର୍ଗଦର୍ଶନରେ ପ୍ରଥମେ ମୁଁ ବିଚାର ପରିବାରରେ ସଂଗଠକ ଭାବେ କାମ କରିବା ସହ ରାଷ୍ଟ୍ରବାଦୀ,ଦେଶପ୍ରେମ ଓ ସମାଜସେବାର ଶିକ୍ଷା ପାଇଥିଲି । ମେଧାବୀ ଛାତ୍ର ହେବା ପରେ ମଧ୍ୟ ନିଜର ବ୍ୟକ୍ତିଗତ ଜୀବନ ପାଇଁ ନୁହେଁ ବରଂ ରାଷ୍ଟ୍ର ଓ ସମାଜ ପାଇଁ ନିଜକୁ ସମ୍ପୂର୍ଣ୍ଣ ଉତ୍ସର୍ଗ କରି ସେ ଉଦାହରଣ ତିଆରି କରିଥିଲେ ।ବ୍ୟକ୍ତିକୁ ସଂଗଠନ ଓ ବିଚାରଧାରା ସହ ଯୋଡ଼ିବାର ତାଙ୍କର କର୍ମପଥରେ ମୁଁ ଓ ମୋ ଭଳି ଅନେକ ଛାତ୍ର ଓ ଯୁବକ ଆସିଛନ୍ତି । ମୋର ରାଜନୈତିକ ଜୀବନରେ ସ୍ୱର୍ଗତ କୃଷ୍ଣ ଭାଇଙ୍କ ଭଳି ବିରଳ ବ୍ୟକ୍ତିତ୍ୱଙ୍କ ଅବଦାନ ଅତୁଳନୀୟ । ତାଙ୍କ ମାର୍ଗଦର୍ଶନରେ ପାଇଥିବା ଶିକ୍ଷା, ସଂସ୍କାର ଏବଂ ବିଚାର ମୋ ପାଇଁ ଚିରସ୍ମରଣୀୟ ହୋଇରହିବ ବୋଲି ସେ କହିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ