କେଆର ଲାଇନରେ ପଥର ଓ ଟ୍ରାକରେ ପାଣି ବହୁଥିବାରୁ ଟ୍ରେନ ଚଲାଚଳ ଠପ

କଲ୍ୟାଣସିଂହପୁର, (ଏଙ୍କେଟେଶ୍ୱର ପାଢ଼ୀ ): ରାୟଗଡା ଓ କୋରାପୁଟ କୂ ସଂଯୋଗ କରୁଥିବା କେଆର ରେଳ ଲାଇନରେ ପଥର ପଡିବା ଟ୍ରାକରେ ପାଣି ଜେମିବା ଓ ବଡ଼ ବଡ଼ ଗଛ ପଡ଼ିଥିବାରୁ ଉକ୍ତ ଲାଇନରେ ରେଳ ଚଲାଚଳ ଠପ ହୋଇ ଯାଇଛି। ଆଜି କେଆର ଲାଇନ ରାୟଗଡା ଠାରୁ କୋରାପୁଟ ଯିବା ରେଳ ଲାଇନରେ ଉପରେ ଥିବା ପାହାଡ଼ ଉପରେ ପ୍ରବଳ ବର୍ଷା ହୋଇଥିବାରୁ ବଡ଼ ବଡ଼ ପଥର ପଡିବା ସହ ପାହାଡିଆ ପାଣି ଆସି ଟ୍ରାକରେ ଜମିଥିବା ବେଳେ ନିକଟରେ ଥିବା ବଡ଼ ବଡ଼ ଗଛ ପଡି ଯାଇଥିବା ଦେଖିବାକୁ ମିଳିଛି। କେଉଟ ଗୁଡ଼ାଠାରୁ ଶିକର ପାଇ ମଧ୍ୟରେ ବଡ଼ବଡ଼ ପଥର ପଡିଚିଥିବାରୁ ଯାତାୟାତ ଠପ ହୋଇ ଯାଇଛି। ସେହିପରି ଶିକର ପାଇ ଠାରୁ ଲେଲିଗୁମା ମଧ୍ୟରେ ଭାଲୁମସ୍କା ନିକଟରେ ପାହାଡିଆ ପାଣି ଆସି ଟ୍ରାକରେ ପାଣି ଜମିଥିବା ବେଳେ ଲେଲିଗୁମା ମଧ୍ୟରେ ବଡ଼ବଡ଼ ଗଛ ଟ୍ରାକ ଉପରେ ପଡ଼ିଥିବା ଦେଖିବାକୁ ମିଳିଛି। ରେଳ ବିଭାଗ ପକ୍ଷରୁ କାର୍ଯ୍ୟ ଆରମ୍ଭ କରାଯାଇଥିଲେ ମଧ୍ୟ ପ୍ରବଳ ବର୍ଷା ହେଉଥିବାରୁ ସମ୍ଭବ ହୋଇ ପାରୁନଥିବା ଜଣା ପଡିଛି। ସେହିପରି ଦମନଯୋଡି ନିକଟରେ ମଧ୍ୟ ପାହାଡ଼ ଧସି ରେଳଲାଇନରେ ପଡ଼ିଥିବା ରେଳ ଚଲାଚଳ ବାଧା ପ୍ରାପ୍ତ ହୋଇଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ