କେଉଁରାଶିର ବ୍ୟକ୍ତି କିଭଳି ଭାବରେ ଅଶ୍ବସ୍ଥ ବକ୍ଷଙ୍କୁ ପୂଜା କରିବେ ଏବଂ କେଉଁ ବାରରେ ପୂଜା କଲେ ଶିଘ୍ର ପୂଣ୍ଣହେବ ମନୋସ୍କାମନା ॥

ମେଷ –
-ପ୍ରତ୍ୟେକ ରବିବାର ସ୍ନାନକରି ଅଶ୍ବତ୍ଥ ବୃକ୍ଷମୂଳରେ ଶ୍ରଦ୍ଧାର ସହ ଜଳ ଅପର୍ଣ କରି ୧୦୮ଥର “ଓଁ ଅଙ୍ଗାରକାୟ ନମଃ” ଜପ କରିବ॥

ବୃଷ –
କୌଣସି ଶୁକ୍ଳପକ୍ଷ ପ୍ରଥମ ଶନିବାର ଠାରୁ ୨୧ଶନିବାର ଅଶ୍ବତ୍ଥ ବୃକ୍ଷ ମୂଳରେ ମାଟିର ଶିବଲିଙ୍ଗ କରି ଧଳାବସ୍ତ୍ର ପରିଧାନ ପୂର୍ବକ ୧୦୮ଥର “ଓଁ ନମଃ ଶିବାୟ” ଜପ କରିବ
– ୨୧ନଂ ଶନିବାର ଦେବାଙ୍ଗି ବ୍ରହ୍ମଣଙ୍କ ଦ୍ବାରା ମହାମୃତ୍ୟୁଞ୍ଜୟ ମନ୍ତ୍ରରେ ୧୦୦୮ ଆହୁତି ଦେବ ॥

ମିଥିନ –
କୌଣସି ଶୁକ୍ଳପକ୍ଷ ପ୍ରଥମ ବୁଧବାର ଠାରୁ ୫ ବୁଧବାର ନିଜ ଇଷ୍ଟଦେବଙ୍କୁ ସ୍ମରଣ କରି ସବୁଜବସ୍ତ୍ର ପରିଧାନ କରି ଅଶ୍ବତ୍ଥ ମୂଳରେ ୧୦୮ଥର “ଓଁ ବୁଂ ବୁଧାୟ ନମଃ” ଜପ କରି ଜଳ ଢାଳିବ ॥
– ଶେଷପାଳି ନବଗ୍ରହ ହୋମ ସହିତ ସବୁଜବସ୍ତ୍ର କୌଣସି କିନ୍ନରଙ୍କୁ ଦାନ କରିବ ॥

କର୍କଟ –
କୌଣସି ଶୁକ୍ଳପକ୍ଷ ପ୍ରଥମ ସୋମବାର ଠାରୁ ୫୪ ସୋମବାର ଧଳା ବସ୍ତ୍ର ପରିଧାନ କରି ଅଶ୍ବତ୍ଥ ମୂଳରେ ୧୦୮ଥର “ଓଁ ସୋଂ ସୋମାୟ ନମଃ” ଜପ କରି ଜଳ ସହିତ ଗଙ୍ଗାଜଳ, ମହୁ ଓ ପଇଡଜଳ ମିଶାଇ ଅର୍ପଣ କରିବେ ॥
– ନବଗ୍ରହ ହୋମ ସହିତ ୭ଟି ଗାଇଙ୍କୁ ଖାଇବାକୁ ଦେବେ ଓ ଧଳା ରଙ୍ଗର ବସ୍ତ୍ର କୌଣସି ଅନାଥ ପିଲାକୁ ଦାନ କରିବେ ॥

ସିଂହ –
– ପ୍ରତି ଶନିବାର ଅଶ୍ବତ୍ଥ ମୂଳରେ ଗୋଲାପିବସ୍ତ୍ର ପରିଧାନ କରି ୧୦୮ଥର “ଓଁ ଘୃଣିଃ ସୂର୍ଯ୍ୟାୟ ନମଃ” ଜପ କରି ଜଳରେ ଧଳାରାଶି ପକାଇ ଢାଳିବ ॥
– ନବଗ୍ରହ ହୋମ ସହିତ ଗହମ, ତମ୍ବାପାତ୍ର ଓ ଗୋଲାପି ରଙ୍ଗର ବସ୍ତ୍ର ଦାନ କରିବ ॥

କନ୍ୟା –
କୌଣସି ଶୁଭଦିନରେ ଅଶ୍ବତ୍ଥ ବୃକ୍ଷ ରୋପଣ କରି ଦୈନିକ ସେବା ପୂଜା କରି ଜଳଦାନ ଦେଲେ ଭବିଷ୍ୟତରେ ପ୍ରତ୍ୟେକ ବାଧାବିଘ୍ନ ସହଜରେ ସମାଧାନ ହୋଇଯିବ ॥

ତୁଳା –
ଜିବନରେ ପ୍ରତି ଶନିବାର ଅଶ୍ବତ୍ଥ ମୂଳରେ ଧଳାବସ୍ତ୍ର ପରିଧାନ କରି ୨୧ଥର “ଓଁ ନମଃ ଶିନାୟ” ଜପ କରିବେ ॥

ବିଛା –
– ପ୍ରତି ଗୁରୁବାର ଓ ଶନିବାର ହଳଦିଆ ବସ୍ତ୍ର ଧାରଣ କରି ଅଶ୍ବତ୍ଥ ବୃକ୍ଷ ମୂଳରେ ଜଳରେ ଗୁଡ ମିଶାଇ ଢାଳିବ॥

ମକର –
-ପ୍ରତି ଶନିବାର ନିଳବସ୍ତ୍ର ପରିଧାନ କରି ଜଳରେ କଳାରାଶି, ଲବଙ୍ଗ ଓ ଗୁଡ ମିଶାଇ ଅଶ୍ବସ୍ଥ ବୃକ୍ଷମୂଳରେ ଅର୍ପଣ କରି “ଓଁ ନମଃ ଶିବାୟ” ୨୧ଥର ଜପ କରିବ ॥

କୁମ୍ଭ –
– ପ୍ରତିକାର – ପ୍ରତି ଶନିବାର ୧୦୮ଥର “ଓଁ ନମଃ ଶିବାୟ” ଜପ କରି ଓ ଗଙ୍ଗାଜଳ, କଳାରାଶି ଓ ଗୁଡ ମିଶାଇ ଅଶ୍ବତ୍ଥ ବୃକ୍ଷମୂଳରେ ଅର୍ପଣ କରିବ ଓ ପୂଜା ପରେ କୌଣସି କଳାଜିବକୁ ପେଟପୁରା ଖାଇବାକୁ ଦେବ ॥

ମୀନ –
– ପ୍ରତି ଗୁରୁବାର ଓ ଶନିବାର ହଳଦିଆ ବସ୍ତ୍ର ଧାରଣ କରି ଅଶ୍ବତ୍ଥ ବୃକ୍ଷ ମୂଳରେ ଜଳରେ ଗୁଡ ମିଶାଇ ଢାଳିବ॥

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ