କେଉଁ କାମରେ ଯିବା ପୂର୍ବରୁ କ’ଣ ଖାଇବେ?

କୌଣସି ଜରୁରୀ କାମରେ ବାହାରିବା ପୂର୍ବରୁ ଘରେ ବୟସ୍କମାନେ ଠାକୁରଙ୍କୁ ମୁଣ୍ଡିଆ ମାରି ଯିବାକୁ କହିଥା’ନ୍ତି । ସେହିଭଳି ଯାତ୍ରା ଓ ଏ ସମ୍ପର୍କିତ କାର୍ଯ୍ୟରେ ଶୁଭ ଫଳ ପାଇବା ପାଇଁ ଅନେକ ଲୋକ ଭିନ୍ନ ଭିନ୍ନ ବିଶ୍ୱାସ ଅନୁସାରେ ନାନା ଉପାୟ ଆପଣାଇଥା’ନ୍ତି । ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ନିର୍ଦ୍ଦିଷ୍ଟ କାର୍ଯ୍ୟରେ ସଫଳତା ବା ଶୁଭ ଫଳ ପାଇଁ ଘରୁ ବାହାରିବା ପୂର୍ବରୁ କିଛି ନିର୍ଦ୍ଦିଷ୍ଟ ଖାଦ୍ୟ ସାମଗ୍ରୀ ଖାଇବା ଆବଶ୍ୟକ । ଆସନ୍ତୁ ଜାଣିବା, କେଉଁ କାମ ପାଇଁ ଘରୁ ବାହାରିବା ପୂର୍ବରୁ କ’ଣ ଖାଇଲେ, ଶୁଭ ଫଳ ମିଳିବା ସମ୍ପର୍କରେ ଶାସ୍ତ୍ରରେ କୁହାଯାଇଛି ।
୧. ଯଦି ଆପଣ କୌଣସି ଦୂର ସ୍ଥାନକୁ ବୁଲିବାକୁ ଯାଉଛନ୍ତି, ତେବେ ଦହି ଖାଇ ଘରୁ ବାହାରନ୍ତୁ । ଏହାଦ୍ୱାରା ଆପଣଙ୍କ ଯାତ୍ରା ଶୁଭଦାୟକ ରହିବ ।
୨. ଯଦି ପରୀକ୍ଷା ଦେବାକୁ ଯାଉଛନ୍ତି, ତେବେ ଘରୁ ବାହାରିବା ବେଳେ ଦହି ଓ ଚିନି ଖାଇ ଯାଆନ୍ତୁ । ଏହାଦ୍ୱାରା ପରୀକ୍ଷାରେ ଭଲ ହୋଇଥାଏ ।
୩. ଆପଣ ଯଦି ଚାକିରି ପାଇଁ ଇଣ୍ଟରଭ୍ୟୁ ଦେବାକୁ ଯାଉଛନ୍ତି, ତେବେ ମିଶ୍ରି ଖାଇ ଘରୁ ବାହାରନ୍ତୁ । ଏହା ଦ୍ୱାରା ଆପଣଙ୍କ ଇଣ୍ଟରଭ୍ୟୁ ଭଲ ହେବା ସହ ଶୁଭଫଳ ପ୍ରାପ୍ତି ହେବ ।
୪. ଯଦି ଆପଣ କାହାର ବାହାଘର ସମ୍ପର୍କରେ କଥା ହେବାକୁ ଯାଉଛନ୍ତି, ତେବେ ପାନପତ୍ର ଓ ଗୁଜୁରାତି ଖାଇ ଘରୁ ବାହାରନ୍ତୁ । ଏହା ଅନେକ ଶୁଭ ବୋଲି କୁହାଯାଏ ଏହା ଖାଇବା ଦ୍ୱାରା ବାହାଘର ପକ୍କା ହୋଇଥାଏ ବୋଲି ବିଶ୍ୱାସ କରାଯାଏ ।
୫. ଅନେକ ଦିନରୁ ଅଟକି ରହିଥିବା କାର୍ଯ୍ୟକୁ ସାରିବା ଲକ୍ଷ୍ୟରେ ଯଦି ଆପଣ ଯାଉଛନ୍ତି, ତେବେ ଘରୁ ବାହାରିବା ପୂର୍ବରୁ ମିଶ୍ରି ଓ ପାନମଧୁରୀ ଖାଇ ଯାଆନ୍ତୁ । ଏହା ଆପଣଙ୍କ ଅଟକି ରହିଥିବା କାମକୁ ସମ୍ପନ୍ନ କରିବାରେ ଅବଶ୍ୟ ସହାୟକ ହେବ ।
୬. ଘର କିମ୍ୱା ଜମିବାଡ଼ି କିଣିବାକୁ ଯାଉଥିଲେ, ଗୁଡ଼ ଖାଇ ଘରୁ ବାହାରନ୍ତୁ । ଏହା ସମସ୍ତ ବାଧାବିଘ୍ନ ଦୂର କରିଥାଏ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ