କେଉଁ ଦିଗକୁ ମୁଣ୍ଡ କରି ଶୋଇଲେ କ’ଣ ହୁଏ?

ଶୋଇବା ବେଳେ ଆମେ କେତୋଟି କଥା ପ୍ରତି ଧ୍ୟାନ ଦେଇଥାଉ । ସେଥିମଧ୍ୟରୁ ଦିଗ ଅନ୍ୟତମ । ମନ ଇଚ୍ଛା ଯେଉଁ ଦିଗକୁ ଚାହିଁଲେ ସେହି ଦିଗକୁ ମୁଣ୍ଡ କରି ଶୋଇ ହୋଇନଥାଏ । କିଏ ମାନନ୍ତି ଓ କିଏ ନ ମାନନ୍ତି ତାହା ଭିନ୍ନ କଥା । ମାତ୍ର ଏ ନେଇ ରହିଛି କିଛି କଟକଣା । ଆସନ୍ତୁ ଜାଣିବା କେଉଁ ଦିଗକୁ ମୁଣ୍ଡ କରି ଶୋଇବା ଦ୍ୱାରା କ’ଣ ହୋଇଥାଏ ।
 ଆୟୁର୍ବେଦ ଏବଂ ଜ୍ୟୋତିର୍ବିଜ୍ଞାନ ଅନୁସାରେ ଭୁଲ ଦିଗକୁ ମୁଣ୍ଡ କରି ଶୋଇବା ଅଭ୍ୟାସ ଆମ ସ୍ୱାସ୍ଥ୍ୟ ଉପରେ କୁପ୍ରଭାବ ପକାଇଥାଏ ।
 ପୂର୍ବ ଦିଗକୁ ମୁଣ୍ଡ କରି ଶୋଇଲେ ଖୁବ ଭଲ । ଶୋଇବା ପାଇଁ ପୂର୍ବ ଦିଗ ସବୁଠାରୁ ଉତ୍ତମ । ପୂର୍ବକୁ ମୁଣ୍ଡ କରି ଶୋଇଲେ ସ୍ମରଣ ଶକ୍ତି, କାର୍ଯ୍ୟ, ଦକ୍ଷିତା, ଜ୍ଞାନ ଆଦି ବୃଦ୍ଧି ପାଇଥାଏ ।
 ପଶ୍ଚିମକୁ ମୁଣ୍ଡ କରି ଶୋଇବା ଆଦୌ ଭଲ ନୁହେଁ । ଏହି ଦିଗକୁ ମୁଣ୍ଡ କରି ଶୋଇଲେ ବିଷାଦ, ଦୁଃଖ ଏବଂ ଅନ୍ୟାନ୍ୟ ସ୍ୱାସ୍ଥ୍ୟ ସମସ୍ୟା ଦେଖାଯାଇଥାଏ ।
 ଉତ୍ତରକୁ ଆଦୌ ମୁଣ୍ଡ କରି ଶୁଅନ୍ତୁ ନାହିଁ । ଏହି ଦିଗକୁ ମୁଣ୍ଡ କରି ଶୋଇବା ଦ୍ୱାରା ସବୁଠାରୁ ଖରାପ । ଅନେକ ସ୍ୱାସ୍ଥ୍ୟଗତ ସମସ୍ୟା ଦେଖାଯିବା ସହ ଆୟୁ କମ୍ ହୋଇଥାଏ ।
 ଦକ୍ଷିଣକୁ ମୁଣ୍ଡ କରି ଶୋଇଲେ ଆୟୁଷ ବୃଦ୍ଧି ହୋଇଥାଏ । ଏହାସହିତ ମସ୍ତିଷ୍କ ଓ ଶାରୀରିକ ଶକ୍ତି ବୃଦ୍ଧି ପାଇଥାଏ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ