‘କେଜିଏଫ୍‌ ଚାପ୍ଟର ୨’ରେ ରବୀନାଙ୍କ ଏଣ୍ଟ୍ରି

ସାଉଥ୍‌ ସୁପରଷ୍ଟାର୍‌ ୟଶଙ୍କ ଫିଲ୍ମ ‘କେଜିଏଫ୍‌’କୁ ଦର୍ଶକ ଖୁବ୍‌ ପସନ୍ଦ କରିଥିଲେ। କନ୍ନଡ଼ ଫିଲ୍ମର ସବୁଠାରୁ ସୁପରହିଟ୍‌ ଫିଲ୍ମ ମଧ୍ୟରେ ଏହା ଅନ୍ୟତମ। ଏହି ଫିଲ୍ମର ସଫଳତା ଦେଖିବା ପରେ ଫିଲ୍ମ ନିର୍ମାତା ‘କେଜିଏଫ୍‌: ଚାପ୍ଟର ୨’ ତିଆରି କରିବା ପାଇଁ ନିଷ୍ପତ୍ତି ନେଇଥିଲେ। ଫିଲ୍ମର ଷ୍ଟାର୍‌କାଷ୍ଟ ଓ ପୋଷ୍ଟର ସହିତ ବହୁତ କିଛି ସୂଚନା ସାମ୍ନାକୁ ଆସିସାରିଛି। ଏହି ଫିଲ୍ମରେ ନୂଆ କଳାକାରଙ୍କୁ ସାମିଲ୍‌ କରାଯାଇଥିବା ଖବର ଦୀର୍ଘ ଦିନରୁ ଶୁଣିବାକୁ ମିଳୁଥିଲା। କିନ୍ତୁ ଏହାର ଏବେ ସ୍ପଷ୍ଟ ଖବର ସାମ୍ନାକୁ ଆସିଛି। ସେହିପରି ଫିଲ୍ମ ନିର୍ମାତା ‘କେଜିଏଫ୍‌ ଚାପ୍ଟର ୨’ରେ ରବୀନା ଟଣ୍ଡନଙ୍କୁ ଷ୍ଟାର୍‌କାଷ୍ଟରେ ସାମିଲ୍‌ କରାଯାଇଥିବା ରବିବାର ଔପଚାରିକ ଘୋଷଣା କରି ଦିଆଯାଇଛି।
ରବୀନା ଟଣ୍ଡନଙ୍କ ଏକ ଫଟୋ ସାମ୍ନାକୁ ଆସିଛି, ଯେଉଁଥିରେ ସେ ଫିଲ୍ମ ନିର୍ଦେଶକ ପ୍ରଶାନ୍ତ ନୀଲଙ୍କ ସହିତ ପୋଜ୍‌ ଦେଇଥିବା ଦେଖିବାକୁ ମିଳୁଛି। ଫଟୋରେ ହ୍ବାଇଟ୍‌ ଡ୍ରେସ୍‌ରେ ରବୀନା ଖୁବ୍‌ ସୁନ୍ଦର ଦେଖା ଯାଉଛନ୍ତି। ସେହିପରି ପ୍ରଶାନ୍ତ ନୀଳ ରଙ୍ଗର ଟି’ଶାର୍ଟ ପିନ୍ଧିଛନ୍ତି। ଫିଲ୍ମ ‘କେଜିଏଫ୍‌ ୨’ରେ ରବୀନାଙ୍କ ବ୍ୟତୀତ ସଞ୍ଜୟ ଦତ୍ତ, ଶ୍ରୀନିଧି ଶେଟ୍ଟୀ ଓ ଅନନ୍ତ ନାଗ ଗୁରୁତ୍ବପୂର୍ଣ୍ଣ ଚରିତ୍ରରେ ଅଭିନୟ କରୁଛନ୍ତି। ଏହି ଫିଲ୍ମ ଭାରତରେ କନ୍ନଡ଼, ମଲାୟାଲମ, ହିନ୍ଦୀ, ତାମିଲ୍‌ ଓ ତେଲୁଗୁ ଭାଷାରେ ରିଲିଜ୍‌ ହେବ। ସୂଚନାଯୋଗ୍ୟ ଯେ ଫିଲ୍ମ ନିର୍ମାତା ‘କେଜିଏଫ୍‌ ୨’ର ଫାଷ୍ଟ ଲୁକ୍‌ ଶେୟାର କରିଥିଲେ। ପୋଷ୍ଟରରେ ଖଳନାୟକ ତଥା ଅଧିରା ଚରିତ୍ରରେ ଅଭିନୟ କରୁଥିବା ସଞ୍ଜୟ ଦତ୍ତ ଏକଦମ୍‌ ଅଲଗା ଅବତାରରେ ନଜର ଆସୁଛନ୍ତି। ତାଙ୍କ ଲୁକ୍‌ସକୁ ଦେଖି ପ୍ରଶଂସକଙ୍କ ଫିଲ୍ମକୁ ନେଇ ଉତ୍କଣ୍ଠା ଆହୁରି ବଢ଼ି ଯାଇଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ