କେଜିଏଫ୍‌-୨ର ଟିଜର୍ ଲିକ୍

ନୂଆଦିଲ୍ଲୀ : କନ୍ନଡ଼ ସୁପରଷ୍ଟାର୍ ୟଶଙ୍କ ଅଭିନୀତ କେଜିଏଫ୍ ୨ର ଟିଜର୍ ଗତକାଲି ରିଲିଜ୍ ହୋଇଛି। ୟଶ୍‌ଙ୍କ ଜନ୍ମଦିନ ଅର୍ଥାତ୍ ଆଜି ଏହାକୁ ରିଲିଜ୍ କରାଇବା ପାଇଁ ଯୋଜନା ଥିଲେ ହେଁ ଟିଜର୍‌ଟି ଗତକାଲି ଲିକ୍ ହୋଇଯିବାରୁ ବାଧ୍ୟ ହୋଇ ପ୍ରଯୋଜକ ଗୁରୁବାର ରାତି ପ୍ରାୟ ୯ଟା ୨୮ରେ ଏହାକୁ ରିଲିଜ୍ କରାଇଛନ୍ତି। ଏହି ଟିଜର୍‌ ଏବେ ସାମାଜିକ ଗଣମାଧ୍ୟମରେ ଭାଇରାଲ୍‌ ହେବାରେ ଲାଗିଛି। ୨୧ ଘଣ୍ଟାରେ ଏହାକୁ ପ୍ରାୟ ୭ କୋଟି ଦର୍ଶକ ଦେଖି ସାରିଛନ୍ତି। କେଜିଏଫ୍ ଚାପ୍ଟର୍‌-୧ର ସବୁଠାରୁ ଲୋକପ୍ରିୟ ସଂଳାପ ‘ ହିଷ୍ଟ୍ରି ଟେଲ୍ସ ଅସ୍ ଦାଟ୍ ପାଵାରଫୁଲ୍ ପିପୁଲ୍ କମ୍ସ ଫ୍ରମ୍ ପାଵରଫୁଲ୍ ପ୍ଲେସ, ହିଷ୍ଟ୍ରି ଵାଜ୍ ରଙ୍ଗ୍! ପାଵାରଫୁଲ୍ ମେକ୍ ପ୍ଲେସେସ୍ ପାଵରଫୁଲ୍’କୁ ନେଇ ଟ୍ବିଟର୍‌ରେ ଟ୍ରେଣ୍ଡ୍ ଚାଲିଥିବା ଦେଖିବାକୁ ମିଳିଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ