କେଜିଏଫ୍‌-୨ର ରିଲିଜ୍‌ ତାରିଖ ଘୋଷଣା

ମୁମ୍ବାଇ : କେଜିଏଫ୍‌ ଏବଂ ୟଶ୍‌ ଫ୍ୟାନ୍‌ଙ୍କ ପାଇଁ ଖୁସି ଖବର । କେଜିଏଫ୍‌-୨କୁ ମିଳିଛି ରିଲିଜ୍‌ ତାରିଖ । ଫିଲ୍ମର ପ୍ରଯୋଜକଙ୍କ ପକ୍ଷରୁ ଶୁକ୍ରବାର ଦିନ ରିଲିଜ୍‌ ତାରିଖ ଘୋଷଣା କରାଯାଇଛି । ୟଶ୍‌ଙ୍କ ବନ୍ଧୁକ ଧରିଥିବା ପୋଷ୍ଟର ସହିତ ଫିଲ୍ମର ରିଲିଜ୍‌ ତାରିଖ ଘୋଷଣା କରାଯାଇଛି । ପୋଷ୍ଟରରେ ଲେଖାଯାଇଛି ମେ ଆଇ କମ୍‌ ଇନ୍‌ । ଆସନ୍ତା ଅକ୍ଟୋବର ୨୩, ୨୦୨୦ରେ ଏହି ଫିଲ୍ମଟି ରିଲିଜ୍‌ ହେବାକୁ ଯାଉଛି । ମୂଳତଃ କନ୍ନଡ ଫିଲ୍ମ ରହିଥିବା କେଜିଏଫ୍‌ ହିନ୍ଦି, ତାମିଲ, ତେଲୁଗୁ ଏବଂ ମାଲାୟଲମ୍‌ରେ ଡବିଂ କରାଯାଇଥିଲା । ହିନ୍ଦିରେ ଫିଲ୍ମଟି ସୁପରହିଟ୍‌ ହୋଇଥିବାରୁ ଦ୍ବିତୀୟ ଭାଗରେ ଖଳନାୟକ ଚରିତ୍ରରେ ସଞ୍ଜୟ ଦତ୍ତଙ୍କୁ ଦେଖିବାକୁ ମିଳିବ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ