କେଟିଏମ ହଁଙ୍କ ଦୁଇ ବାଇକ ମୁହାଁ ମୁହିଁ ଜଣେ ମୃତ୍ୟୁ
ଉଦଳା, (ରାଜୀବ ବେହେରା): ହୋଲିରେ ବଡ ଅଘଟ ରାତ୍ର ସମୟରେ ସାଙ୍ଗସାଥି ମିଶି ଯାତ୍ରା ଦେଖିବାକୁ ଆସିଥିଲେ, ଆଉ ଗନ୍ତବ୍ୟ ସ୍ଥଳ ରେ ପହଞ୍ଚିବା ଆଗରୁ ରାସ୍ତାରେ ଯାଉଥିବା ବେଳେ ନାବରା ନିକଟରେ ଘଟିଲା ବାଇକ ବାଇକ ଦୁର୍ଘଟଣା l ଦୋଳ ପୂର୍ଣ୍ଣିମା ଉପଲକ୍ଷେ ଉଦଳା ନlବରା ଗ୍ରାମରେ ଯାତ୍ରା ହେଉଥିଲା ଆଉ ଯାତ୍ରା ଦେଖିବା ଆଗରୁ ଅଧା ରାସ୍ତାରେ ଏମିତି କିଛି ଘଟିଗଲା l ନlବରl ନିକଟରେ ଛାତି ଥରା ଦୁର୍ଘଟଣା ରେ ଦୁଇ ଗୋଟି ଗାଡ଼ି ମୁହଁlମୁହିଁ ଦୁର୍ଘଟଣା ଘଟିଛି l ଦୁର୍ଘଟଣା ଏମିତି ଘଟିଲା ଗାଡ଼ି ଦୁଇଟି ୧୦୦ ମିଟର ପର୍ଯ୍ୟନ୍ତ ଛିଟିକି ଗଲା ଗାଡ଼ି , ପୁରଳ ରାଜ ରାସ୍ତା ରକ୍ତ ରଞ୍ଜିତ ହୋଇ ପୁରା ଲାଲ ହୋଇ ଗଲା, ଦୁର୍ଘଟଣା ର ଶବ୍ଦ ଏତେ ଭୟଙ୍କର ଥିଲା ଏହାକୁ ଦେଖି ଲୋକେ ସଙ୍ଗେ ସଙ୍ଗେ ଦୌଡ଼ି ଆସିଥିଲେ ହେଲେ ଘଟଣା ସ୍ଥଳରେ ପହଞ୍ଚି ଯାହା ଦେଖିଲେ ଗାଡ଼ି ଦୁଇଟି ଭାଙ୍ଗି ରୁଜି ଚୁରମାର ହୋଇଛି l ଏଣେ ତେଣେ ପଡିଛନ୍ତି ବାଇକ ଆରୋହୀ,ବଞ୍ଚାଅ ବଞ୍ଚାଅ ବୋଲି ଚିତ୍କାର କରୁଥିଲେ l ଏଭଳି କିଛି ଘଟଣା ବିଳମ୍ବିତ ରାତ୍ର ସମୟ ରେ ମୟୁରଭଞ୍ଜ ଜିଲ୍ଲା ଉଦଳା ଥାନା ଅଧୀନ ବହୁବନ୍ଧ ନlବରା ନିକଟରେ ଘଟି ଯାଇଛି l ସୂଚନା ଅନୁସାରେ ମାଙ୍କଡ଼ ପୋଡ଼ା ଅଞ୍ଚଳ ରୁ ପିରୁ ମାରେଣ୍ଡି,ଜିତରାୟ ମାରେଣ୍ଡି, ନାରାୟଣ ମାରେଣ୍ଡି, ବସେନ ମାରେଣ୍ଡି ଉଦଳା ରୁ ନlବରl ଅଞ୍ଚଳ କୁ କେଟିଏମ ବାଇକ ଯୋଗେ ଯାତ୍ରା ଦେଖିବାକୁ ଯାଉଥିବା ବେଳେ ବିପରୀତ ଦିଗରୁ ଚୁଳିଆ ପୁଷି ଅଞ୍ଚଳ ରୁ ତିନିଯୁବକ ରାଜୁ ମୁର୍ମୁ ରୁହ୍ୟା କିସ୍କୁ ଏବଂ ହେମରାଜ ଉଦଳା ଅଭିମୁଖେ ଆସୁଥିବା ବେଳେ ଦୁଇ ବାଇକ ମଧ୍ୟରେ ସାମ୍ନା ସାମନ୍ନି ଧକ୍କା ହୋଇ ଥିବା ବେଳେ ସମସ୍ତେ ଗୁରୁତର ଆହତ ହୋଇ ଥିଲେ, ତେବେ ଏହି ଦୁର୍ଘଟଣା ରେ କେଟିଏମ ବାଇକ ରେ ଥିବା ମାଙ୍କଡ଼ ପୋଡ଼ା ଅଞ୍ଚଳ ର ଜିତରାୟ ମାରେଣ୍ଡି ଙ୍କ ର ଘଟଣା ସ୍ଥଳ ରେ ମୃତ୍ୟୁ ଘଟିଛି l ତେବେ ଦୁର୍ଘଟଣା ରେ ସମୁଦାୟ ୭ ଜଣ ଗୁରୁତର ଆହତ ଥିବା ବେଳେ ଜଣକ ଜୀବନ ଯାଇଛି l ପୋଲିସ ଏବଂ ଅଗ୍ନିଶମବାହିନୀ ଏବଂ ୧୦୮ କର୍ମଚାରୀ ପହଞ୍ଚି ଗ୍ରାମବାସୀ ଙ୍କ ସହାୟତାରେ ଗୁରୁତର ଙ୍କୁ ରକ୍ତ ଜୁଡୁବୁଡୁ ଅବସ୍ଥାରେ ଉଦ୍ଧାର କରି ଉଦଳା ଡାକ୍ତର ଖାନାକୁ ପଠାଇ ଛନ୍ତି l ଅନ୍ୟ ମାନଙ୍କୁ ସଙ୍ଗେ ସଙ୍ଗେ ପୋଲିସ ଭେନ ଏବଂ ଦମକଳ ବାହିନୀଙ୍କ ସହାୟତା ଏବଂ ଆମନୁଲାନ୍ସ ରେ ଉଦଳା ଡାକ୍ତର ଖାନାରେ ପହଞ୍ଚାଇ
ପ୍ରାଥମିକ ଚିକିତ୍ସା କରାଇବା ପରେ ସମସ୍ତଙ୍କ ଅବସ୍ଥା ଗୁରୁତର ଥିବାରୁ ବାରିପଦା ପିଆରଏମ କୁ ସ୍ଥାନାନ୍ତର କରିଛନ୍ତି l ଏହି ଦୁର୍ଘଟଣା ରେ ଗୁରୁତରଙ୍କ ର ଗୋଡ଼ର ହାଡ ଭାଙ୍ଗି ବାହାରକୁ ବାହାରି ଆସିଛି, ଆଉ କିଛି ଛାତି ମୁଣ୍ଡ ମାଡ଼ରେ ରକ୍ତ ବାନ୍ତି କରୁଥିବା ଦେଖିବାକୁ ମିଳିଛି l ହେଲେ ଏହାରି ଭିତରେ ଆସିଛି ଏମିତି କିଛି ଦୃଶ୍ୟ ଦୁର୍ଘଟଣା ଗ୍ରସ୍ତ ଗୁରୁତର ମାନଙ୍କ ପାଇଁ ୧୦୮ ର ଆମ୍ବୁଲାନ୍ସ ଦାଇତ୍ୱରେ ଥିବା ଅଧିକାରୀ ଏବଂ କାର୍ଯ୍ୟରତ କର୍ମଚାରୀ ମାନେ ଦୁର୍ଘଟଣା ରେ ଗୁରୁତର ୬ ଜଣଙ୍କୁ ସଙ୍ଗେ ସଙ୍ଗେ ସେବା ଯୋଗାଇ ଛନ୍ତି ଆଉ ଠିକ ସମୟ ରେ ସେବା ଦେଇ ମହାନତାର ପରିଚୟ ଦେଇଛନ୍ତି l ସ୍ୱଳ୍ପ ସମୟ ଭିତରେ ସୁନ୍ଦର ସେବା ଯୋଗାଇ ଥିବାରୁ ଯାହା ଆଜିର ଦୁନିଆରେ ଏକ ଉଦାହରଣ l ସାଧାରଣରେ ଏବଂ ବୁଦ୍ଧିଜୀବୀ ଙ୍କ ପ୍ରଶଂସା ସାଉଁଟି ଛନ୍ତି ଆଗ୍ନିଶମ ଏବଂ ୧୦୮ ଆମ୍ବୁଲାନ୍ସ କର୍ମଚାରୀ , ଆଉ ଅନ୍ୟ ମାନଙ୍କ ପାଇଁ ଉଦାହରଣ ହୋଇଛନ୍ତି l