କେତେକ ବୁଥ୍ରେ ଇଭିଏମ୍ ମେସିନରେ ତ୍ରୁଟି, ଭୋଟଦାନ ପ୍ରକ୍ରିୟା ବିଳମ୍ବ

ଚିଲିକା(ଜୁଗାବ୍ଦ ନ୍ୟୁଜ୍‍): ମଙ୍ଗଳବାର ତୃତୀୟ ପର୍ଯ୍ୟାୟ ମତଦାନ ଚାଲିଥିବାବେଳେ ଚିଲିକା ନିର୍ବାଚନ ମଣ୍ଡଳୀ ଅଧିନ କେତେକ ବୁଥ୍ରେ ଇଭିଏମ୍ ମେସିନ୍ରେ ପ୍ରାରମ୍ଭରୁ ତ୍ରୁଟି ଦେଖାଦେଇଥିଲା । ପ୍ରକାଶ ଯେ, ବାଣପୁର ବ୍ଲକର ନାଚୁଣୀ ଗୋଦାବରୀଶ ହାଇସ୍କୁଲ ମଧ୍ୟରେ ରହିଥିବା ୩୩ନଂ ବୁଥ୍ରେ ସକାଳ ୭ଟାରେ ଭୋଟଦାନ ପ୍ରକ୍ରିୟା ଚାଲୁପାଇଁ ଇଭିଏମ୍ ମେସିନ୍ ଖୋଲିବା ବେଳକୁ ତ୍ରୁଟି ଦେଖାଦେଇଥିଲା । ସେଠାରେ ଉପସ୍ଥିତ ଅଧିକାରୀ ସମସ୍ତ ଚେଷ୍ଟା କରି ଉକ୍ତ ଇଭିଏମ୍ ମେସିନ୍ ଦ୍ୱୟକୁ ସଜାଡ଼ି ପାରି ନଥିଲେ । ଫଳରେ ପ୍ରଥମେ ୨/୩ଜଣ ଭୋଟ୍ ଦେଇ ଗଲାପରେ ଅନ୍ୟ ଭୋଟର ପ୍ରାୟ ଅଢ଼େଇ ଘଣ୍ଟା ଲାଇନ୍ରେ ଠିଆ ହୋଇଥିଲେ । କିଛି ବୃଦ୍ଧବ୍ୟକ୍ତି ଓ ଅନ୍ୟାନ୍ୟ ଲୋକ ବିରକ୍ତି ପ୍ରକାଶ କରି ଫେରିଯାଇଥିଲେ । ତେବେ ସକାଳ ୯.୧୦ ବେଳକୁ ବାଣପୁର ବୁକରୁ ଅନ୍ୟ ଇଭିଏମ୍ ମେସିନ୍ ଆସିବା ପରେ ପୁନଃ ଭୋଟ ଦାନ ପ୍ରକ୍ରିୟା ·ଲିଥିଲା । ଏହାବାଦ୍ ବୁଥ୍ ନଂ ୮୪ କହ୍ନେଇପୁର, ୮୩ ସୁନାଖଳା, ୨୪କୁଲେଇ, ୨୯ଆମ୍ବଝର, ୧୧ ବାଲିଆ, ୫ ସରଳସିଂହ, ୪୬ ଗଇନଡ଼ା ଆଦି ସ୍ଥାନରେ ଇଭିଏମ୍ ମେସିନ୍ରେ ତ୍ରୁଟି ଆସିବାରୁ ଭୋଟ୍ ଦାନ ପ୍ରକ୍ରିୟା ପ୍ରାରମ୍ଭରୁ ବିଳମ୍ବିତ ହୋଇ ପରେ ସ୍ୱାଭାବିକ୍ ହୋଇଥିବା ଜଣାପଡ଼ିଛି । ସେହିପରି ନାଚୁଣୀ ନିକଟ କହ୍ନେଇପୁର ବୁଥ୍ରେ ଉଭୟ ବିଜେପି ଓ ବିଜେଡ଼ି ସମର୍ଥକଙ୍କ ମଧ୍ୟରେ ମାରପିଟ୍ ହୋଇଥିଲା । ବିଜେପି ସମର୍ଥକଙ୍କ ପକ୍ଷରୁ ଏ ବାବଦରେ ଏତଲା ହୋଇଥିବା ପ୍ରକାଶ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ