କେତେ ଭଲପାଅ
କେତେ ମୁଁ ଡାକିବି
କେତେ ତୁ ଶୁଣିବୁ
କୁହରେ କାଳିଆ କୁହ,
ଡାକି ଡାକି ମୋର
କଣ୍ଠ ଶୁଖିଲାଣି
ତୋ କାନ ଅବସ୍ଥା କୁହ ।
ଏକା ମୁଁ ନ ଡାକେ
ସମସ୍ତେ ଡାକନ୍ତି
ଏକା ତୁମେ ଶୁଣୁ ଥାଅ,
କେତେ ଧୈର୍ଯ୍ଯ ଅଛି
ଏତେ ଶୁଣିବାକୁ
ସଭିଙ୍କୁ ସେ ମନ୍ତ୍ର ଦିଅ ।
କେବେ ଶିଖାଇବ
ଦିନ ବାର ଦେଲେ
ସଭିଙ୍କି ମୁଁ ଡାକି ନେବି,
ଖାଇବେ ରହିବେ
ଭଲରେ ଶିଖିଲେ
ଘରେ ତାଙ୍କୁ ଛାଡି ଦେବି ।
ଘରେ ଯାଇ ସର୍ବେ
ଅଭ୍ୟାସ କରିବେ
ଏକ ଆନେ ଶୁଣିବାକୁ,
ରଥଯାତ୍ରା ଭିଡ
ମନେ ପକାଇବେ
କେମିତି ଶୁଣ ସଭିଙ୍କୁ ।
ଏକ ମୁଖ ହୋଇ
ସର୍ବେ ଡାକୁଥାନ୍ତି
ଜୟ ଜୟ ଜଗନ୍ନାଥ,
ତୁମ ନାମ ଧରି
ସମସ୍ତେ ଡାକିଲେ
କେତେ ଖୁସି ଲାଗେ ଚିନ୍ତ ।
ଏବେ ସତ କୁହ
ଯେତେ ଭଲ ପାଅ
ନିଜ ନାମ ଶୁଣିବାକୁ,
ସେତିକି ମାତ୍ରାରେ
ଭଲ ପାଉଛୁ କି
ଆମେ ଜଗତ ଜନଙ୍କୁ ।
ଗଦାଧର ସାହୁ,
କଙ୍କଡ଼ାଦ୍ଵୀପ,ବ୍ରହ୍ମଗିରି,ପୁରୀ