କେତେ ସଚେତନ ଆମେ ! ଭୁବନେଶ୍ୱର
ଭୁବନେଶ୍ୱର, (ଓ୍ବାଇଏନ୍ଏସ୍) :ଭୁବନେଶ୍ୱର ବର୍ତ୍ତମାନ ସ୍ମାର୍ଟସିଟି ମାନ୍ୟତା ପାଇଛି । ଭୁବନେଶ୍ୱର ର ବାଣୀବିହାର ଛକ ଠାରୁ ଶିଶୁଭବନ ଛକ ପର୍ଯ୍ୟନ୍ତ ଜନପଥ ର ସୌନ୍ଦର୍ଜିକରଣ କାର୍ଯ୍ୟ ପୁରା ଦମରେ ଚାଲିଛି।କେହି ଯେପରି ମନଇଚ୍ଛା ରାସ୍ତାର ଯେ କୌଣସି ସ୍ଥାନରେ ରାସ୍ତା ପାର ହୋଇ ନପାରିବେ ସେଥି ପାଇଁ ଜନପଥର ମଧ୍ୟ ଭାଗରେ ଥିବା ମେଡିଆନ ର ଦୁଇ ପାର୍ଶ୍ଵରେ ଲୁହାର ବାଡ଼ ମଧ୍ୟ ଲଗା ଯାଇଛି । ମାତ୍ର ଭୁବନେଶ୍ୱର ଲୋକେ ଟିକିଏ ଅଧିକ ସ୍ମାର୍ଟ ହୋଇ ରାସ୍ତାର ଗୋଟିଏ ପାଶ୍ୱରୁ ଅନ୍ୟ ପାର୍ଶ୍ୱକୁ ଯିବା ପାଇଁ ମେଡିଆନ ର ଲୁହା ବାଡ଼ ଭାଙ୍ଗି ଅତି ବିପଦଜନକ ଭାବେ ରାସ୍ତା ଅତିକ୍ରମ କରୁଛନ୍ତି । ତେଣୁ କିଛି ଅଘଟଣ ଘଟିବା ଆଗରୁ ପୋଲିସ ପ୍ରଶାସନ ଦୃଷ୍ଟି ଦେବାକୁ ସାଧାରଣ ରେ ମତ ପ୍ରକାଶ ପାଇଛି ।


