କେନାଲକୁ ଟ୍ରାକ୍ଟର ଓଲଟି ପଡିବାରୁ ୨ମୃତ ଏକ ଗୁରୁତ୍ତର

କେନ୍ଦ୍ରାପଡା (ଚିତ୍ତରଞ୍ଜନ ଦାସ) : ପାଳକଣା ଗ୍ରାମ ରାସ୍ତାରେ ଏକ ଟ୍ରାକ୍ଟର କେନାଲ ଭିତରକୁ ଓଲଟି ପଡିବାରୁ ଟ୍ରାକ୍ଟର ତଳେ ଚାପିହୋଇଯାଇ ଫକିର ସେଠୀଙ୍କ ପୁଅ ରତିକାନ୍ତ ସେଠୀ(୩୨)ଓ କରୁଣାକର ଦାସଙ୍କ ପୁଅ ଗଗନ ଦାସ(୨୨)ଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଯାଇଥିବା ବେଳେ ନବ କିଶୋର ମଳିକଙ୍କ ପୁଅ ରମାକାନ୍ତ ମଳିକ(୨୩)ଙ୍କ ଅବସ୍ଥା ଗୁରୁତ୍ତର ରହିଥିବା ଡାକ୍ତରଖାନା ସୂତ୍ରରୁ ସୂଚନା ମିଳିଛି । ପାଳକଣା -କୋରୋ ରାସ୍ତାରେ ଯାଉଥିବା ଏକ ଟ୍ରାକ୍ଟର ଭାରସାମ୍ୟ ହରାଇ ମଙ୍ଗଳବାର ସନ୍ଧ୍ୟାରେ କେନାଲ ଭିତରକୁ ହଠାତ ଓଲଟି ପଡିବାରୁ ସେଥିରେ ବସିଥିବା ପାଳକଣା ଗ୍ରାମର ୩ଜଣଙ୍କୁ ଆମ୍ବୁଲାନ୍ସ ଯୋଗେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ଦାୟୀତ୍ୱରେ ଥିବା ଡାକ୍ତର ରତିକାନ୍ତ ସେଠୀ ଓ ଗଗନ ଦାସଙ୍କୁ ମୃତ ଘୋଷଣା କରିଥିବା ବେଳେ ଗୁରୁତ୍ତର ଥିବା ରମାକାନ୍ତକୁ କଟକ ବଡ ଡାକ୍ତରଖାନାକୁ ରେଫର କରାଯାଇଥିବା ଚିକିତ୍ସା ଦାୟୀତ୍ୱରେ ଥିବା ଡାକ୍ତରଙ୍କ ଠାରୁ ଜଣାପଡିଛି । ନିକିରାଇ ଥାନା ପୋଲିସ ଶବ ଜବତ କରିବା ସହିତ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛି । କେନ୍ଦ୍ରାପଡା ବ୍ଲକ ଅଧ୍ୟକ୍ଷ ଅନାମବନ୍ଧୁ ଧଳ ଖବରପାଇ ଡାକ୍ତରଖାନାରେ ପହଁଚି ମୃତକଙ୍କ ସମ୍ପର୍କୀୟଙ୍କୁ ସମବେଦନା ଜଣାଇବା ସହ ମୃତବ୍ୟକ୍ତିଙ୍କ ଶବ ବ୍ୟବଛେଦ କିଭଳି ଶୀଘ୍ର ହୋଇପାରିବ ସେଥି ନିମନ୍ତେ ଆବଶ୍ୟକ ବ୍ୟବସ୍ଥା କରୁଥିବା ଜଣାପଡିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ