କେନାଲରୁ ଭିନ୍ନକ୍ଷମ ବୃଦ୍ଧାଙ୍କ ଶବ ଉଦ୍ଧାର

ବେଲଗୁଣ୍ଠା,(ଶିବରାମ ଚୌଧୁରୀ): ବେଲଗୁଣ୍ଠା ବ୍ଲକ୍ ଉଡ୍ଡ୍ରା ପଞ୍ଚାୟତ ଅନ୍ତର୍ଗତ ଗଜିନ୍ଦ୍ରା ଏବଂ ଏକଡାଳ ଗ୍ରାମ ମଝିରେ ଥିବା ଶଙ୍କର ହୁଡା ନାଳରୁ ଏକ ଷାଠିଏ ବର୍ଷ ବଯସ୍କା ଭିନ୍ନକ୍ଷମ ବୃଦ୍ଧାଙ୍କ ଶବ ଉଦ୍ଧାର କରି ବେଲଗୁଣ୍ଠା ଫାଣ୍ଡି ପୋଲିସ |ଏଇ ନେଇ ଥାନାରେ ୬୨/୨୦ ଏକ  ଅପମୃତୁ ମାମଲା ରୁଜୁ କରି ଫାଣ୍ଡି ଅଧିକାରୀ ଘଟଣାର ତଦନ୍ତ କରୁଛନ୍ତି I ସୂଚନା ପ୍ରକାରେ ଆଜି ସକାଳେ ଗଜିନ୍ଦ୍ରା ଏବଂ ଏକଡାଳ ଗ୍ରାମର କିଛି ଲୋକ ଜଣେ ବୃଦ୍ଧାଙ୍କ ଶବ ଶଙ୍କର ହୁଡା କେନାଲର ଏକ ଅମରୀ ଲଟା ମଧ୍ୟରେ ରେ ଭାସୁ ଥିବାର ଦେଖି ବେଲଗୁଣ୍ଠା ଫାଣ୍ଡିକୁ ଖବର ଦେଇଥିଲେ I ଖବର ପାଇ ବେଲଗୁଣ୍ଠା ଫାଣ୍ଡି ଅଧିକାରୀ ପ୍ରକାଶ କୁମାର ସାହୁଙ୍କ ସମେତ ଏଏସ୍ଆଇ କୃଷ୍ଣ ଚନ୍ଦ୍ର ସେଠୀ, ହାବିଲଦାର ବିଶ୍ୱନାଥ ବିଶ୍ଵାଳ ଏବଂ କନେଷ୍ଟବଳ ପ୍ରସନ୍ନ ପ୍ରଧାନ ଘଟଣା ସ୍ଥଳରେ ପହଞ୍ଚି ଦମକଳ ବାହିନୀର ସହଯୋଗରେ ବୃଦ୍ଧାଙ୍କ ଶବକୁ ଉଦ୍ଧାର କରିଥିଲେ I ଶବ ଉଦ୍ଧାର ପରେ ଗଜିନ୍ଦ୍ରା ଗ୍ରାମବାସୀ ଶବଟି ସେହି ଗ୍ରାମର କନ୍ଧୁଣୀ ଡ଼ାକୁଆ (୬୦) ବୋଲି ଚିହ୍ନଟ କରିଥିଲେ I ଖବର ନେବାରେ ଜଣା ଯାଇଛି ଯେ ମୃତ କନ୍ଧୁଣୀ ସ୍ଵାମୀଙ୍କ ସହ ମତାନ୍ତର ହେବାରୁ ନିଜର ଏକମାତ୍ର ମାନସିକ ବିକୃତ ୩୭ ବର୍ଷ ବୟସ୍କ ପୁଅ ରାମଚନ୍ଦ୍ର କୁ ଧରି ବହୁ ବର୍ଷ ତଳେ ନିଜ ପୈତ୍ରୂକ ଗ୍ରାମ ଗଜିନ୍ଦ୍ରା ରେ ରହି ଆସୁଥିଲା I ବୃଦ୍ଧା ଭିନ୍ନକ୍ଷମ ହେଲେ ମଧ୍ୟ ଦୁଃଖ କଷ୍ଟରେ ନିଜର ମାନସିକ ବିକୃତ ପୁଅକୁ ପ୍ରତି ପୋଷଣ କରୁଥିଲା I ଗତ କାଲି ରାତିରେ ପୁଅକୁ ଖୁଆଇ ପିଆଇ ଔଷଧ ଖାଇବାକୁ ଦେଇଥିଲା I ଆଜି ସକାଳେ ଶବ ଉଦ୍ଧାର ହେବା ପରେ ମଧ୍ୟ ତା ପୁଅ ରାମଚନ୍ଦ୍ର ସେଠି ତାକୁ ନିଦରୁ ଉଠାଇବା ଭଳି ଡାକୁଥିବାର ଦେଖାଯାଇଥିଲା I ଶବକୁ ଉଦ୍ଧାର କରି ପୋଲିସ୍ ଏକ ଅପମୃତ୍ୟୁ ମାମଲା ରୁଜୁ କରିବା ସହ ବ୍ୟବଚ୍ଛେଦ ପାଇଁ ଭଞ୍ଜନଗର ମେଡିକାଲ୍ କୁ ପଠାଇଦେଇଥିବା ଜଣା ପଡ଼ିଛି I ଏହା ସହ କେନାଲରେ ଶବ ଭାସୁ ଥିବା ସ୍ଥାନର କିଛି ପାଣି ଏବଂ ଶବ ବ୍ୟବଚ୍ଛେଦ ହେବା ପରେ ଭିସେରା ରିପୋର୍ଟ୍ କୁ ପରୀକ୍ଷା ପାଇଁ ଭୁବନେଶ୍ଵରର ରସୁଲଗଡ ସ୍ଥିତ ଏସଏଫ୍ଏସ୍ଏଲ୍ ବିଜ୍ଞାନଗାରକୁ ପଠାଯିବ ବୋଲି ଫାଣ୍ଡି ଅଧିକାରୀ ଶ୍ରୀ ସାହୁ ପ୍ରକାଶ କରିଛନ୍ତି I ସେଠାରୁ ରିପୋର୍ଟ୍ ଆସିଲା ପରେ ଜଣାପଡ଼ିବ, ହତ୍ୟା କରାଯାଇ ସେଠାରେ ଫୋପାଡ଼ି ଦିଆଯାଇଛି ନା ମୃତୁ ଅନ୍ୟ କାରଣରୁ ଘଟିଛି  ବୋଲି ପୋଲିସ୍ ସୂତ୍ରରୁ ପ୍ରକାଶ I ମୃତ ବୃଦ୍ଧାଙ୍କ ମୁଣ୍ଡରେ ଆଘାତ ଲାଗି ରକ୍ତ ବାହାରୁଥିବା ଦେଖିବାକୁ ମିଳିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ