କେନାଲରେ ବୁଡ଼ି ସାତ ବର୍ଷର ବାଳକର ମୃତ୍ୟୁ

ନିଶ୍ଚିନ୍ତକୋଇଲି,(ୱାଏନଏସ):ନିଶ୍ଚିନ୍ତକୋଇଲି ବ୍ଲକ ଅନ୍ତର୍ଗତ ବାଲିଆପଦା ଗ୍ରାମର ସୁଶାନ୍ତ ସାହୁଙ୍କ ସାତ ବର୍ଷର ପୁଅ ଉମାକାନ୍ତ ସାହୁ ସ୍ଥାନୀୟ କେନାଲରେ ବୁଡ଼ି ମୃତ୍ୟୁ ବରଣ କରିଥିବା ଜଣା ପଡିଛି | ସ୍ଥାନୀୟ ଲୋକେ ଓ ନିଶ୍ଚିନ୍ତକୋଇଲି ଦମକଳ ବାହିନୀର କର୍ମ ଚାରି ମାନେ ଘଟଣା ସ୍ଥଳରେ ପହଁଞ୍ଚି କେନାଲ ପାଣିରୁ ଉମାକାନ୍ତକୁ ଉଦ୍ଧାର କରିଥିଲେ | ଗୁରୁତର ଅବସ୍ଥାରେ ତାଙ୍କୁ ଚିକିତ୍ସା କରାଇବା ନିମନ୍ତେ ନିଶ୍ଚିନ୍ତକୋଇଲି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ | ସେଠାରେ ଡାକ୍ତର ତାଙ୍କୁ ମୃତ୍ୟୁ ଘୋଷଣା କରିଥିଲେ | ଏ ସମ୍ପର୍କରେ ତାଙ୍କ ପରିବାର ତରଫରୁ ନେମାଳ ଥାନାରେ ଲିଖିତ ଅଭିଯୋଗ କରାଯାଇଛି | ଅଭିଯୋଗକୁ ଭିତ୍ତି କରି ଥାନାରେ ଏକ ଅପମୃତ୍ୟୁ ମାମଲା ରୁଜୁ ହୋଇଛି | ପୋଲିସ ତାଙ୍କର ଶବକୁ ଜବତ କରି ବ୍ୟବଛେଦ ନିମନ୍ତେ କଟକ ବଡ଼ ମେଡିକାଲକୁ ପଠାଇଛି |

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ