କେନାଲରେ ବୁଡିଯାଇ ଜଣେ ମୃତ

ହାଟଡିହି, : ହାଟଡିହି ବ୍ଲକ ମୁଣ୍ଡକାଟି ନିକଟରେ ଥିବା କେନାଲରେ ଜଣେ ବ୍ୟକ୍ତି ପାଣିରେ ବୁଡି ମୃତ୍ୟୁ ବରଣ କରିଛନ୍ତି । ଖବରରୁ ଜଣାଯାଇଛି ଯେ ଛୁଆଳିଆ ଗ୍ରାମର ଭାଗିରଥି ମାଝୀ ନାମକ ଜଣେ ବ୍ୟକ୍ତି ଗତକାଲି ସନ୍ଧ୍ୟାରେ ଜାଲ ବସାଇ ମାଛ ଧରିବାକୁ ମୁଣ୍ଡକାଟି କେନାଲ ନିକଟକୁ ଯାଇଥିଲା । ଜାଲ ବସାଇଦେଇ ଘରକୁ ଆସିବାପରେ ରାତି ୯ଟାବେଳେ ପୁନଶ୍ଚ ମାଛ ଆଣିବାକୁ ଯାଇ କେନାଲରେ ଗୋଡ ଖସିଯିବାରୁ ପାଣିରେ ବୁଡିଯାଇଥିଲେ । ଦୀର୍ଘ ସମୟ ପର୍ଯ୍ୟନ୍ତ ଘରକୁ ନଫେରିବାରୁ ପରିବାର ଲୋକେ ଖୋଜାଖେଜି କରିବାକୁ ଯିବାବେଳେକୁ ତାଙ୍କ ମୃତଦେହକୁ ଉଦ୍ଧାର କରିଥିଲେ । ଏନେଇ ସୋସୋ ଥାନାରେ ଅଭିଯୋଗ ହେବାପରେ ସୋସୋ ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବଦ କରିବା ସହିତ ଆଜି ସକାଳେ ପୋଷ୍ଟମଟମ ପାଇଁ ଆନନ୍ଦପୁର ଡାକ୍ତରଖାନାକୁ ପଠାଇ ତଦନ୍ତ ଆରମ୍ଭ କରିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ