କେନାଲ କୁଳରେ ଥାଇବି ଜମିକୁ ମାଡୁନି ପାଣି, ଚିନ୍ତାରେ ଚାଷୀକୁଳ
ହାଟଡିହି, (ବିକାଶ ବିଶ୍ୱାଳ) :କେନାଲ କୁଳରେ ଥାଇବି ଜମିକୁ ମାଡୁନି ପାଣି, ଶହଶହ ଏକର ଚାଷଜମି ପଡିଆ ପଡିଛି । ବର୍ଷା ହେବାଦ୍ୱାରା ଚାଷୀମାନେ ଧାନ ତଳି ପକାଇଥିଲେବି ଅନିୟମିତ ବର୍ଷର ଯୋଗୁଁ ତଳିଶଖି ଫାଟିବାକୁ ବସିଲାଣି । ଯେଉଁଥିପାଇଁ ଚାଷୀମାନେ ମୁଣ୍ଡରେ ହାତଦେଇ ବସିଛନ୍ତି । ଏପରି ଦେଖିବାକୁ ମିଳିଛି କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଲକ ଢ଼େଙ୍କା ପଞ୍ଚାୟତର କଣିଆରୀ ଗ୍ରାମରେ । ଏହି ଗ୍ରାମରେ ଶତାଧିକ ଚାଷୀ ପରିବାର ବସବସ କରନ୍ତି । ଏମାନଙ୍କ ଚଳନିର ମୁଖ୍ୟ ଆୟୁଧ ହେଉଛି ଚାଷ । ଏହି ଗ୍ରାମର ଲୋକମାନେ ମୁଖ୍ୟତ ଧାନ ଚାଷ ଉପରେ ହିଁ ନିର୍ଭର କରିଥାନ୍ତି । ଗାଁ ପାଖଦେଇ ବହିଯାଇଛି ଆନନ୍ଦପୁର ମେନ କେନାଲ । କେନାଲରୁ ପାଣି ଆସି ଗ୍ରାମର ୮୦ଭାଗ ଚାଷଜମି ଜଳସେଚିତ ହୋଇଥାଏ । ମାତ୍ର ଗତ ଦୁଇବର୍ଷ ହେଲା ଆବଶ୍ୟକ ପରିମାଣର ପାଣି ମାଡି ପାରୁନି ବୋଲି ଗ୍ରାମର ଏକର ଏକର ଚାଷଜମି ପଡିଆ ପଡିବା ସାଙ୍ଗକୁ ମରୁଡିର ଶୀକାର ହେଉଛନ୍ତି ଗ୍ରାମର ଚାଷୀମାନେ । ଗତ କିଛିଦିନ ହେଲା ଲଗାତର ବର୍ଷା ଲାଗି ରହିବାଦ୍ୱାରା ଚାଷୀମାନେ ଚାଷକାମକୁ ଆଗେଇ ନେବାପାଇଁ ଧାନ ତଳିପକାଇ ଦେଲେ । କିନ୍ତୁ ବର୍ଷା ଛାଡିଯିବାରୁ ଧାନତଳି ଗୁଡିକ ଏବେ ଶୁଖି ଫାଟିବାକୁ ଲାଗିଲାଣି । କେନାଲ ଦ୍ୱାରା ଗାଁର ପ୍ରାୟତ ୮୦ଭାଗ ଜମି ଜଳସେଚିତ ହୋଇଥାଏ । ଏଥିପାଇଁ ଗ୍ରାମର ସମସ୍ତ ଚାଷୀ ଜଳକର ମଧ୍ୟ ଦେଉଛନ୍ତି । କିନ୍ତୁ ଆଜି ପର୍ଯ୍ରନ୍ତ କେନାଲରେ ପାଣି ଆସୁନଥିବାରୁ ଚାଷଜମି ସବୁ ଶୁଖିଲା ପଡିଛି । ସଢ଼ା ନିକଟରେ ଥିବା ସୁଇସ ଗେଟରୁ ନଟବୋଲ୍ଟ ଗୁହିକ କେହି ଖୋଲି ନେଇଯାଇଥିବାରୁ ଗେଟଟି ଏବେ କାର୍ଯ୍ୟକ୍ଷମ ହେଉନି । ଯାହାଦ୍ୱାରା କେନାଲରେ ପାଣି ଆସିଲେ ତାହା ତଳକୁ ବହି ଯାଉଛି । ଏହାକୁନେଇ ଚାଷୀ ମାନଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖା ଦେଇଛି । ଗ୍ରାମର ଅନିରୁଦ୍ଧ ଜେନା ନାମକ ଜଣେ ଚାଷୀଙ୍କ କହିବାନୁଯାଇ ସେ ୧ଏକର ଜମିରେ ଧାନ ତଳି ପକାଇଥିଲେ । ସେଥିରୁ ସେ ନିଜର ୧୦ଏକର ଚାଷଜମି ରୁଆପୋତା କରିବା ସହିତ ଆଉ କିଛି ତଳି ବିକ୍ରୀ କରିଥାନ୍ତେ । କିନ୍ତୁ ଜମିସବୁ ଶୁଖି ଫାଟିଗଲାଣି । ଥରେ ଧାନ ତଳିର ମୁଳ ଶୁଖିଗଲେ ତାହା ଆଉ ଠିକ ଭାବେ ଓପଡାଯାଇ ପାରେନି । କାହିଁକି ନାଁ ଅଧିକାଶଂ ଧାନଗଛ ଛିଣ୍ଡିପଡିଥାଏ । ସେହିପରି ଗ୍ରାମର ଗୌରାଙ୍ଗ ମଣ୍ଡଳ ନାମକ ଜଣେ କ୍ଷୁଦ୍ରଚାଷୀ ବର୍ଷାପାଣି ହେବାରୁ ସେ ୧୦ଡିସିମିଲ ଜମିରେ ଧାନ ତଳି ପକାଇଥିଲେ । ଅନିୟମିତ ବର୍ଷା ଯୋଗୁଁ ଏବେ ଧାନ ତଳି ଶୁଖି ଗଲାଣି । ଯଦି ପାଣି ନହୁଏ ତେବେ କଣ କରିବେ କିପରି ଚଳିତବର୍ଷ ଚାଷ ହେବ ସେନେଇ ସେ ଚିନ୍ତାରେ ପଡି ଯାଇଛନ୍ତି । ସେହିପରି ରବିନ୍ଦ୍ର ମଣ୍ଡଳଙ୍କ କହିବାକଥା ଯେ ଜୁଲାଇ ଶେଷ ସୁଧା ଏକରକମ ରୁଆ ପୋତା ଆରମ୍ଭ ହୋଇ ଯାଇଥାଏ । କିନ୍ତୁ ଆଜି ପର୍ଯ୍ୟନ୍ତ ବିଲ ସବୁ ଶୁଖିଲା ପଡିଛି । କଣ ଏବର୍ଷ ଚାଷ ହେବ । ଆମର ଜଳସେଚିତ ଜମି ହୋଇକିବି ଆଜି ପର୍ଯ୍ୟନ୍ତ ଜମିରେ ପାଣି ମୁନେ୍ଦ ମାଡିଲାନି । ତି ତିନୋଟି ଆଉଟଲେଟ ଥାଇବି ତାହା ଅକାମି ହୋଇ ପଡିଛି । ପାଣିର ଜଳସ୍ଥର ନବଢ଼ିଲେ ଜମିକୁ ପାଣି ମାଡିବନି ବୋଲି କହିଛନ୍ତି । ଯଦି ଜଳଳସମ୍ପଦ ବିଭାଗ କିମ୍ବା ପ୍ରାାସନ ତୁରନ୍ତ ଜଳସେଚନର ସୁ ବ୍ୟବସ୍ଥ ନକରନ୍ତି ତେବେ ଚଳିତବର୍ଷ ଆମେ ଜଳକର ଦେବକୁ ଦନାହିଁ ବୋଲି ଗ୍ରାମର ଶଶିକାନ୍ତ ମଣ୍ଡଳ, ଗୌରାଙ୍ଗ ମଣ୍ଡଳ, ମଧୁସୁଦନ ମଣ୍ଡଳ, ଗୌରାଙ୍ଗ ଜେନା, ସନାତନ ମଣ୍ଡଳ, ଶରତ ଜେନା, କାର୍ତ୍ତିକ ଜେନା, ଶ୍ୟାମ ସୁନ୍ଦର ମଣ୍ଡଳ, ଅକ୍ଷୟ ବିଶୋଇ, ଡମ୍ବରୁଧର ବିଶୋଇ, ଗୟାଧର ମଣ୍ଡଳ, ସୁରେନ୍ଦ୍ର ମଣ୍ଡଳଙ୍କ ସମେତ ଶତାଧିକ ଚାଷୀ ଚେତାବନୀ ଦେଇଛନ୍ତି । ଖାଲି ଏହି ଗାଁଟି ନୁହଁ ବ୍ଲକର ୩୧ଟି ଯାକ ପଞ୍ଚାୟତରେ ସମାନ ଅବସ୍ଥା ଦେଖିବାକୁ ମିଳିଛି । ଅନିୟମିତ ବର୍ଷା ଯୋଗୁଁ ଚାଷ କାର୍ଯ୍ୟରେ ଘୋର ବାଧା ଉପୁଜିଛି । ଏ ସମ୍ପର୍କରେ ଜଳସେଚନ ବିଭାଗର କନିଷ୍ଠଯନ୍ତ୍ରୀଙ୍କୁ ପଚାରିବାରେ ସେ କହିଛନ୍ତି ଯେ ଗତକାଲି ଠାରୁ ହଦଗଡ ଡ୍ୟାମରୁ ପାଣି ଛଡାଯାଇଛି । ଆମେ ଦୁଇନଦିନ ଭିତରେ ବିଭିନ୍ନ ସ୍ଥାନକୁ ଜଳସେଚନ କରାଇବାର ବ୍ୟବସ୍ଥା କରୁଛୁ ।


