କେନାଲ ବନ୍ଧ କଂକ୍ରିଟ ପାଇଁ ଭିତ୍ତି ପ୍ରସ୍ତର ସ୍ଥାପନ
ନିମାପଡା, (ସନ୍ତୋଷ କୁମାର ଦାଶ):ପ୍ରାଚୀ ଡିଭିଜନ ନିମାପଡା ଜଳସମ୍ପଦ ବିଭାଗ ଅଧୀନରେ ଥିବା ଗୋପ ଶାଖା କୁଣ୍ଢେଇ ବିତରକ କେନାଲ ର ଶ୍ରୀ କୋଇଲି ଠାରୁ ଓଡଗୁଆଁ ୪ କିଲୋମିଟର ରାସ୍ତା ଉଭୟ ପାର୍ଶ୍ଵ ୬ କୋଟି ୪୦ ଲକ୍ଷ ଟଙ୍କା ବ୍ୟୟ କରାଯାଇ ସିମେଣ୍ଟ କଂକ୍ରିଟ କରାଯିବାକୁ ରାଜ୍ୟ ଉପମୁଖ୍ୟ ମନ୍ତ୍ରୀ ପ୍ରଭାତୀ ପରିଡା ଶିଳାନ୍ୟାସ କରିଛନ୍ତି । ସେହିପରି ଶ୍ରୀ କୋଇଲି ଠାରୁ ଆଳୁଦଣ୍ଡା ପାଟଣା – ବାହାରଣା ୩ କିଲୋମିଟର ପର୍ଯ୍ୟନ୍ତ କେନାଲ ବନ୍ଧ ରାସ୍ତା ଖୁବ ଶୀଘ୍ର ଆରମ୍ଭ ହେବ ବୋଲି ଶ୍ରୀମତୀ ପରିଡା ଆୟୋଜିତ ଶିଳାନ୍ୟାସ ଉତ୍ସବ ରେ ପ୍ରତିଶ୍ରୁତି ଦେଇଥିଲେ।ଏହି ଶିଳାନ୍ୟାସ ଉତ୍ସବ ରେ ସାଂସଦ ଙ୍କ ବ୍ଲକ ପ୍ରତିନିଧି ପୂର୍ଣ୍ଣ ଚନ୍ଦ୍ର ଓଝା, ୨୧ ନମ୍ବର ଜୋନ ର ବିଜେପି ମଣ୍ଡଳ ସଭାପତି ପ୍ରଭାତ କୁମାର ନାୟକ,ନାରୀନେତ୍ରୀ ମୀନ ଲତା ମହାନ୍ତି, ତିଳତମା ବାରିକ, ଦୁର୍ଯ୍ୟୋଧନ ମହାନ୍ତି, ଅଜୟ କୁମାର ପରିଡା ଙ୍କ ସମେତ ବିଭାଗୀୟ। ଅଧିକ୍ଷଣ ଯନ୍ତ୍ରୀ ବୈକୁଣ୍ଠ ନାଥ ଦଳାଇ, ସହକାରୀ ଯନ୍ତ୍ରୀ ତୁଷାର ହେମ୍ରମ, ରାକେଶ କୁମାର ସାହୁ, କାକଟପୁର ସହକାରୀ ଯନ୍ତ୍ରୀ ତପନ କୁମାର ନାୟକ, ଜନିଷ୍ଠ ଯନ୍ତ୍ରୀ ରବୀନ୍ଦ୍ର କୁମାର ଦଣ୍ଡପତି ପ୍ରମୁଖ ଉପସ୍ଥିତ ଥିଲେ। ଦୁଇମାସ ମଧ୍ୟରେ କେନାଲ ବନ୍ଧ କାର୍ଯ୍ୟଶେଷ କରିବାକୁ ଉପ ମୁଖ୍ୟମନ୍ତ୍ରୀ ଶ୍ରୀ ମତୀ ପରିଡା ଉପସ୍ଥିତ ଠିକାଦାର ଙ୍କୁ ନିର୍ଦ୍ଦେଶ ପ୍ରଦାନ କରିଥିଲେ।


