କେନାଲ ବନ୍ଧ ରାସ୍ତା କାର୍ଯ୍ୟ ନିମ୍ନମାନର ଅଭିଯୋଗ :ତଦନ୍ତ ଦାବି
ନିମାପଡ଼ା,(ସନ୍ତୋଷ ଦାଶ):ପୁରୀ ଜିଲ୍ଲା ନିମାପଡା ବ୍ଲକ ଚାରିଛକ ନିକଟସ୍ଥ ତୁଳସୀପୁର ପଂଚାୟତ ଅନ୍ତର୍ଗତ ବିନିସପୁର ସବ ମାଇନର କେନାଲ ବନ୍ଧ କାର୍ଯ୍ୟ ନିମ୍ନ ମାନର ହେଉଥିବା ନେଇ ଅଭିଯୋଗ ହୋଇଛି। ପ୍ରାଚୀ ଡିଭିଜନ ଅଧିନସ୍ଥ ବିନିସପୁର ସବମାଇନର କେନାଲ ର ବାମପଟ ବନ୍ଧ ଚହଟା ବ୍ରିଜ ଠାରୁ ହୀରାପାଟଣା ବରାହୀ ମନ୍ଦିର ପର୍ଯ୍ୟନ୍ତ ପ୍ରାୟ ଏକ କିଲୋମିଟର ରାସ୍ତା ନିର୍ମାଣ କାର୍ଯ୍ୟ ଚାଲୁ ରହିଛି। ଏହି ରାସ୍ତା ଟି ସମ୍ପୂର୍ଣ ହେଲେ ଚହଟା, ହୀରାପାଟଣା ଓ ଚଉରାଶି ଗ୍ରାମର ଲୋକମାନେ ଉପକୃତ ହେବେ। ପ୍ରାୟ ୩ ଲକ୍ଷ ରୁ ଉର୍ଦ୍ଧ୍ୱ ଟଙ୍କା ବ୍ୟୟ ଅଟକଳରେ ନିର୍ମିତ ରାସ୍ତା କାର୍ଯ୍ୟକୁ ଠିକାଦାର ନିମ୍ନମାନର କରୁଥିବା ନେଇ ପାଣି ପଂଚାୟତ ସଭାପତି ବନ ବିହାରୀ ଦାଶ ବିଭାଗୀୟ ଅଧିକାରୀଙ୍କ ନିକଟରେ ଅଭିଯୋଗ କରିଛନ୍ତି।ରାସ୍ତା ନିର୍ମାଣ କାର୍ଯ୍ୟରେ ବ୍ୟବହୃତ କରାଯାଉଥିବା ନାଲି ଗୋଡି ଓ ବାଲି ଅତ୍ୟନ୍ତ ନିମ୍ନ ମାନର ହୋଇଥିବା ବେଳେ ରାସ୍ତାର ଲମ୍ବ ଓ ପ୍ରସ୍ଥ ସଠିକ ନଥିବା ଅଭିଯୋଗ ପତ୍ର ରେ ସେ ଦର୍ଶାଇଛନ୍ତି।ଉକ୍ତ କାର୍ଯ୍ୟରେ ବ୍ୟବହୃତ ମାଟି ସେହି କେନାଲ ରୁ ଜେସିବି ଦ୍ୱାରା ଖୋଳା ଯିବା ହେତୁ ଚାଷ ଜମି ଠାରୁ କେନାଲ ଟି ଅଧିକ ଖାଲ ହୋଇଯାଉଛି।ରାସ୍ତା କାର୍ଯ୍ୟ ନିର୍ମାଣ ସମୟରେ ତଦାରଖ ପାଇଁ କୌଣସି ବିଭାଗୀୟ ଅଧିକାରୀ ବା କର୍ମଚାରୀ ଉପସ୍ଥିତ ନ ରହିବା ଫଳରେ ଠିକାଦାର ମନଇଛା କାର୍ଯ୍ୟ କରୁଛନ୍ତି ବୋଲି ସ୍ଥାନୀୟ ଲୋକ ମାନେ ଅଭିଯୋଗ କରିଛନ୍ତି । ଏହି କାର୍ଯ୍ୟ ର ଉଚ୍ଚସ୍ତରୀୟ ତଦନ୍ତ କରା ନଗଲେ ଆନ୍ଦୋଳନତ୍ମକ ପନ୍ଥା ଅବଲମ୍ବନ କରାଯିବ ବୋଲି ଶ୍ରୀ ଦାଶ ବିଭିନ୍ନ ଅଧିକାରୀଙ୍କୁ ଲିଖିତ ଭାବେ ଜଣାଇଥିବା ଜଣାପଡିଛି ।