କେନାଲ ହୁଡା ଭାଙ୍ଗି ରାସ୍ତାରେ ଚାଲିଲା ପାଣି
ମୋହନା, (ଅଂଶୁମାନ ପଣ୍ଡା):ଚାଷୀଙ୍କ ଉନ୍ନତି ପାଇଁ ସରକାର ଚ୍ୟାକ ଡ୍ୟାମ ବନାଇ ଜମିକୁ ପାଣି ଛାଡିବା ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରାଯାଇଛି । ହେଲେ ଚାଷୀ ଜମିକୁ ପାଣି ନଯାଇ ରାସ୍ତା ଉପରେ ପୁଟରେ ପାଣି ଚାଲିଛି । ଏପରି ଘଟଣା ଦେଖିବାକୁ ମିଳିଛି ମୋହନା ବ୍ଳକ କେନ୍ଦୁପଦା ଗାଁ ନିକଟରେ ଥିବା ଚ୍ୟାକ୍ ଡେମର ଦୃଶ୍ୟ । ଅଦିନିଆ ବର୍ଷା ଯୋଗୁଁ ଚ୍ୟାକ ଡେମରେ ପାଣି ଭରପୁର ହୋଇଥିବାରୁ ଗତକାଲି ୧୧ଟା ସମୟରେ ଗେଟ ଖୋଲି ପାଣି ଛଡା ଯାଇଥିଲା । କିନ୍ତୁ କେନାଳ ଅଧପନ୍ତରିଆ ହୋଇ ରହିଥିବା ଯୋଗୁଁ କେନାଳ ହୁଡା ଭାଙ୍ଗି ରାସ୍ତା ଉପରେ ୨ ଫୁଟର ପାଣି ଯାତାୟତ କରୁଛି ଯାହା ଫଳରେ ୪ଟି ପଂଚାୟତ ଓ ଗଞ୍ଜାମ ଜିଲ୍ଲାର ବଡଗଡ ବ୍ଳକର ଜନସାଧାରଣ ଏହି ରାସ୍ତା ଉପରେ ନିର୍ଭର କରିଥାନ୍ତି ସକାଳ ପାଇଲେ ଏଠିକାର ଲୋକମାନେ ପେଟ ପୋଷିବା ପାଇଁ ଗଞ୍ଜାମ ଜିଲ୍ଲା ଓ ମୋହନାକୁ ଯାତାୟତ କରନ୍ତି । ଉକ୍ତ ରାସ୍ତାରେ ପାଣି ଯାତାୟତ ଯୋଗୁଁ ରାସ୍ତା ଭଲ ଭାବରେ ଦେଖା ଯାଉନଥିବା ଲୋକେ କହିଛନ୍ତି ଯାହା ଫଳରେ ଏହା ମରଣ ଯନ୍ତା ପାଲଟିଛି । ଉକ୍ତ ଚ୍ୟାକ୍ ଡେମ ଠାରୁ ୨୦ ଫୁଟ ତଳେ ରହିଛି ମୁଖ୍ୟ ରାସ୍ତାର କଲଭର୍ଟ ତେଣୁ ପାଣି ଆସିବା ମାତ୍ରେ ରାସ୍ତା ଉପରେ ଯାତାୟତ କରୁଛି । ଅଧପନ୍ତରିଆ କେନାଳ ହୋଇଥିବା ଯୋଗୁଁ କେନାଳର ମାଟି ଧଷି ରାସ୍ତାରେ ପାଣି ଯାତାୟତ କରୁଛି । ଏପରିକି ଅନେକ ଜାଗାରେ ପଥର ଖସିବା ସହ ମାଟି ଦବି ଯାଇଥିବା ଦେଖିବାକୁ ମିଳିଛି । ଏହି ବିଷୟରେ ତଥ୍ୟ ନେବାପାଇଁ ବିଭାଗୀୟ ଅଧିକାରୀଙ୍କୁ ଯୋଗାଯୋଗ କରିଥିଲେ ମଧ୍ୟ ଯୋଗାଯୋଗ ହୋଇପାରିନି