କେନାଲ ହୁଡ଼ା ନିକଟ ରୁ ମହିଳା ଙ୍କ ମୃତ ଦେହ ଉଦ୍ଧାର
ଭଞ୍ଜନଗର, (ସନ୍ତୋଷ କୁମାର ଜେନା):ଗଞ୍ଜାମ ଜିଲ୍ଲାର ଭଞ୍ଜନଗର ସହର ର ବାଘଦେବୀ ରୋଡରେ ଦୀର୍ଘ ଦିନ ରୁ ରହିଆସୁଥିବା ଜଣେ ଅସହାୟ ଓ ମାନସିକ ବିକୃତ ମହିଳା ଅନିତା ସ୍ୱାଇଁ(୩୮)ଙ୍କ ବରଙ୍ଗ କେନାଲ ହୁଡ଼ା ନିକଟ ରୁ ମିଳିଛି l ଅନିତା ଭେଜିପୁଟ ର ବିଶୁ ସ୍ୱାଇଁ ଙ୍କ ର ଝିଅ ବୋଲି ଜଣାପଡିଛି l ସୂଚନା ମୁତାବକ ଅନିତା ଆଜି ନିକଟସ୍ଥ ବରଙ୍ଗ କେନାଲ କୁ ଗାଧେଇବାକୁ ଯାଇଥିଲେ ଏବଂ କୌଣସି କାରଣ ରୁ ସେଠାରେ ଟଳି ପଡ଼ିଥିଲେ l ଆଜି ସକାଳେ ସ୍ଥାନୀୟ ଲୋକମାନେ ଦେଖିବା ପରେ ପୋଲିସ କୁ ଖବର ଦେଇଥିଲେ। ପୋଲିସ ଘଟଣା ସ୍ଥଳରେ ପହଞ୍ଚି ମୃତ ଦେହ ଜବତ କରିବା ସହ ବ୍ୟବଚ୍ଛେଦ ନିମନ୍ତେ ଭଞ୍ଜନଗର ଉପଖଣ୍ଡ ମେଡିକାଲକୁ ପଠାଇଛି ଓ ୩୭/୨୦ ରେ ଏକ ଅପମୃତ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି l