କେନ୍ଦୁଆପଦାରେ ବିଜେପିର ମଣ୍ଡଳ କାର୍ଯ୍ୟକର୍ତ୍ତା ବୈଠକ

ବନ୍ତ, (ଚାନ୍ଦିନୀ ମହାନ୍ତି):ବନ୍ତ ବ୍ଲକ କେନ୍ଦୁଆପଦା ଠାରେ ବରଡେଶ୍ୱର ବିଜେପି ମଣ୍ଡଳ ସଭାପତି ନବକିଶୋର ବଳଙ୍କ ସଭାପତିତ୍ୱରେ ମଣ୍ଡଳ କାର୍ଯ୍ୟକର୍ତ୍ତା ବୈଠକ ଅନୁଷ୍ଠିତ ହୋଇଯାଇଛି । ଏଥିରେ ନିର୍ବାଚନ ମଣ୍ଡଳୀ ନେତା ବଦ୍ରୀ ନାରାୟଣ ଧଳ ଯୋଗ ଦେଇ ସଶକ୍ତ ମଣ୍ଡଳ କମିଟି ଓ ସକ୍ରିୟ ବୁଥ୍ କମିଟି ଗଠନ କରିବା ସହିତ କେନ୍ଦ୍ର ସରକାରଙ୍କ ଜନକଲ୍ୟାଣକାରୀ ଯୋଜନାକୁ ସାଧାରଣ ଲୋକଙ୍କ ପାଖରେ ପହଞ୍ଚାଇବାକୁ ପରାମର୍ଶ ଦେଇଥିଲେ । ଏଥିରେ ସରପଞ୍ଚ ପ୍ରମୋଦ ଜେନା, ମାନସ ପହି, ପୂର୍ବତନ ସରପଞ୍ଚ ମନୋଜ ବିଶ୍ୱାଳ, ବରିଷ୍ଠ ନେତା ଶଙ୍କର୍ଷଣ ଜେନା, ପୂ୍‌ର୍ଣ୍ଣ ଚନ୍ଦ୍ର ସାହୁ, ଜିତେନ୍ଦ୍ର ନାୟକ, ଧ୍ରୁବ ମାଝୀ, ତପନ ବାରିକ, ପୀତବାସ ଜେନା, ମହେଶ୍ୱର ସେଠୀ, ଲରେନ୍ସ ବେହେରା, ପଞ୍ଚାୟତ ସଭାପତି ଅନନ୍ତ ଲେଙ୍କା, ନିରଂଜନ ଭୂୟାଁ, ଲକ୍ଷ୍ମୀଧର ସାହାଣୀ, ପଦ୍ମଲୋଚନ ପାତ୍ର ଯୋଗ ଦେଇ ମଣ୍ଡଳର ବିଭିନ୍ନ ସମସ୍ୟା ସଂପର୍କରେ ଆଲୋଚନା କରିଥିଲେ । ଆଗାମୀ ଦିନରେ ବିଭିନ୍ନ କ୍ଷେତ୍ରରେ ହୋଇଥିବା ଦୁର୍ନୀତି ଓ ସ୍ଥାନୀୟ ପ୍ରସଙ୍ଗକୁ ନେଇ ଦଳ ପକ୍ଷରୁ ଆନ୍ଦୋଳନ କରାଯିବାକୁ ନିଷ୍ପତ୍ତି ହୋଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ